ନୂଆଦିଲ୍ଲୀ : ଦେଶରେ ଆରୋଗ୍ୟ ହାର କ୍ଷେତ୍ରରେ ଆଜି ଏକ ରେକଡର଼୍ ପ୍ରତିଷ୍ଠା ହୋଇଛି । ଗତ ୨୪ ଘଣ୍ଟାରେ ୫୭ ହଜାର ୫୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏ କ୍ଷେତ୍ରରେ ଏହା ସର୍ବାଧିକ । ଏଥିସହିତ ଆରୋଗ୍ୟ ହାର୭୨ ପ୍ରତିଶତ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୫୭,୫୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମନ୍ତ୍ରଣାଳୟ କହିଛି ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୦ ଲକ୍ଷରେ ପହଞ୍ଚିଛି । ଅଦ୍ୟାବଧି ୧୯, ୧୯, ୮୪୨ ଜଣ କରୋନା ମୁକ୍ତ ହୋଇଛନ୍ତି ।
ମନ୍ତ୍ରଣାଳୟ ଅନୁଯାୟୀ ମୃତ୍ୟୁହାର ମଧ୍ୟ କ୍ରମାଗତ ହ୍ରାସ ପାଇ ଚାଲିଛି । ଏହି ହାର ଏବେ ୧.୯୨ ପ୍ରତିଶତରେ ରହିଛି । ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରି ଏବଂ ହାଲୁକା ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ ତୁରନ୍ତ ହୋମ୍ ଆଇସୋଲେସନ ଏବଂ ଗୁରୁତର ଅସୁସ୍ଥ ଲୋକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇବା ଫଳରେ କରୋନା ସଂକ୍ରମଣ ମାମଲାରେ ସମୟୋଚିତ ବନ୍ଦୋବସ୍ତ କରାଯାଇ ପାରୁଛି । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମ୍ମିଳିତ ପ୍ରୟାସରେ ଦେଶରେ କରୋନା ମୃତ୍ୟୁହାର ୧.୯୨ ପ୍ରତିଶତ ରହିଛି ।
ଦେଶରେ ଗତ ୨୪ ଘଣ୍ଟାରେ ୯୪୧ ରୋଗୀଙ୍କ କରୋନାରେ ମୃତ୍ୟୁ ଘଟିଛି । ଏହା ସହିତ ମୃତକଙ୍କ ସଂଖ୍ୟା ୫୦ ହଜାର ଟପିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୫୦,୯୨୧କୁ ବୃଦ୍ଧି ଘଟିଛି । ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬,୪୭,୬୬୪ ରହିଛି । ଗତ ୨୪ ଘଣ୍ଟାରେ ୫୭,୯୮୨ ନୂତନ କେସ୍ ସାମ୍ନାକୁ ଆସିଛି । ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୬,୭୬,୯୦୦ ଏବଂ ସୁସ୍ଥଙ୍କ ସଂଖ୍ୟା ୧୯,୧୯, ୮୪୩କୁ ବୃଦ୍ଧି ଘଟିଛି ।
Sign in
Sign in
Recover your password.
A password will be e-mailed to you.
Prev Post