ନୂଆଦିଲ୍ଲୀ : ନିଟ୍ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ଦାଖଲ ହୋଇଥିବା ଆବେଦନପତ୍ରକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।
ସୂଚନା ମୁତାବକ, କୋଭିଡ -୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା । ୧୧ଟି ରାଜ୍ୟରୁ ୧୧ ଜଣ ଛାତ୍ର ଏହି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ସେପ୍ଟେଟମ୍ବର ୬ ପର୍ଯ୍ୟନ୍ତ ହେବ । ଏଥି ସହିତ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ହେବାର ଯୋଜନା ରହିଛି ।
କରୋନା ଭୂତାଣୁ ମହାମାରୀକୁ କାରଣ ଦର୍ଶାଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ର ଜୁଲାଇ ୩ ନୋଟିସକୁ ସ୍ଥଗିତ କରିବାକୁ ଏହି ଆବେଦନ କରାଯାଇଥିଲା । ଏହି ବିଜ୍ଞପ୍ତି ମାଧ୍ୟମରେ ଏନଟିଏ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍, ଏପ୍ରିଲ୍ ୨୦୨୦ ଏବଂ ନିଟ୍ ୟୁଜିକୁ ସେପ୍ଟେମ୍ବରରେ କରିବାକୁ ନିଷ୍ପତ୍ତି ନେଇଥିଲା ।
Sign in
Sign in
Recover your password.
A password will be e-mailed to you.