ଏଏଫ୍‌ସି ନିଷ୍ପତ୍ତିକୁ ଭାରତୀୟ ଫୁଟବଲ୍‌ ଟିମ୍‌ର ସମର୍ଥନ

0 89

ନୂଆଦିଲ୍ଲୀ : ଫିଫା-୨୦୨୨ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପାଇଁ ଏସିଆନ୍‌ ଫୁଟବଲ୍‌ କନଫେଡେରେସନ (ଏଏଫ୍‌ସି) କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ କରିଥିବାରୁ ସେଥିନେଇ ଭାରତୀୟ ପୁରୁଷ ଫୁଟବଲ୍‌ ଟିମ୍‌ ଆଶ୍ୱସ୍ତି ଲାଭ କରିଛି । ଏଏଫ୍‌ସିର ନିଷ୍ପତ୍ତିକୁ ଏହା ସ୍ୱାଗତ କରିବା ସହ ଖେଳାଳିମାନଙ୍କୁ ଅଧିକ ପ୍ରସ୍ତୁତ କରିବାରେ ଏହି ନିଷ୍ପତ୍ତି ସହାୟକ ହେବ ବୋଲି ଦଳ କହିଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ବର୍ଷ ଟୁର୍ଣ୍ଣାମେଣ୍ଟ ହେବ । କରୋନା ମହାମାରୀ ଯୋଗୁଁ ଖେଳକୁ ଘୁଞ୍ଚାଇ ଦିଆଯାଇଛି । ଖେଳାଳିମାନଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରାଥମିକତା ବୋଲି ସଂଘ ପକ୍ଷରୁ କୁହାଯାଇଛି । ଗତ ସପ୍ତାହରେ ଏଏଫ୍‌ସି ସମସ୍ତ ଏସିଆନ୍‌ କ୍ୱାଲିଫାଇଂ ମ୍ୟାଚ୍‌କୁ ସ୍ଥଗିତ ରଖିଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ଦୁଇ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋିସାରଲେଣି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି ଯେ, କରୋନା ସଂକ୍ରମଣ ଦୃଷ୍ଟିରୁ ଖେଳାଳି ଓ କର୍ମକର୍ତ୍ତାମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି । ବର୍ତ୍ତମାନ ସ୍ଥିତିରେ ମ୍ୟାଚ୍‌ ଆୟୋଜନ କଲେ ଖେଳାଳିମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି । ୨୦୨୧ ବେଳକୁ କରୋନା ପରିସ୍ଥିତିରେ ଭଲ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି । ସେତେବେଳେ ଯଦି ପରିସ୍ଥିତି ଭଲ ଥିବ, ତେବେ ମ୍ୟାଚ୍‌ ଆୟୋଜନ କରିବାରେ କୌଣସି ଅସୁବିଧା ହେବ ନାହିଁ । ତେଣୁ ସବୁ କିଛି ପରିସ୍ଥିତି ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି । ୨୦୨୩ରେ ଏସିଆନ୍‌ କପ୍‌ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ମେଗା ଇଭେଣ୍ଟରେ ଭାରତ ଭାଗ ନେଇ ପାରିବ କି ନାହିଁ ତାହା ଏବେଠାରୁ କହିହେଉନାହିଁ । ଆସନ୍ତା ଅକ୍ଟୋବର ୮ ତାରିଖରେ ଭାରତୀୟ ଦଳ କର୍ତ୍ତାରରେ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ନଭେମ୍ବରରେ ଭାରତ ଖେଳିବ । ବର୍ତ୍ତମାନ ସବୁଠୁ ବଡ଼ ସମସ୍ୟା ହେଉଛି ଖେଳାଳିମାନଙ୍କ ସୁସ୍ଥତା । ଯଦି କୌଣସି ଜଣେ ବି ଖେଳାଳି ସଂକ୍ରମିତ ହୁଅନ୍ତି, ତେବେ ସମଗ୍ର ଇଭେଣ୍ଟ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି କର୍ମକର୍ତ୍ତାଜଣକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven − five =