ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଏନ୍ଡିଆରଏଫ୍କୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆସୁଥିବା ସମସ୍ତ ଅନୁଦାନକୁ ସ୍ଥାନାନ୍ତର କରାଯାଇ ପାରିବ ନାହିଁ । ଆଜି ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । ପିଏମ୍ କେୟାର୍ସ ପାଣ୍ଠିକୁ ସ୍ଥାନାନ୍ତର କରିବା ଲାଗି ଅନୁରୋଧ କରି ଏକ ଏନ୍ଜିଓ ପିଟିସନ ଦାଖଲ କରିଥିଲା । କିନ୍ତୁ ତାହାକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏଭଳି ସ୍ଥାନାନ୍ତରଣର କୌଣସି ଯଥାର୍ଥତା କିମ୍କବା ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି । ସୁପ୍ରିମ୍ କୋର୍ଟ କହିଲେ, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ସର୍ବସାଧାରଣ ଦାତବ୍ୟ ପାଣ୍ଠି ଭଳି ବୈଧ୍ୟ । ସମସ୍ତ ଅନୁଦାନ ‘ଏନ୍ଡିଆର୍ଏଫ୍’କୁ ସ୍ଥାନାନ୍ତର କରିବା ଅନାବଶ୍ୟକ । କିନ୍ତୁ, ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ଯେକୌଣସି ବ୍ୟକ୍ତିବିଶେଷ କିଂବା ପ୍ରତିଷ୍ଠାନ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିକୁ ଅନୁଦାନ ଦେଇ ପାରିବେ ।