କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଜପତି ଜିଲ୍ଲାରେ କୌଣସି ଗାଁ ରେ କିମ୍ବା ସହରରେ ସାହି,ସର୍ଵସାଧାରଣ ସ୍ଥାନରେ ଗଣେଶ ପୂଜା କରିପାରିବେନାହିଁ । ଗଣେଶ ପୂଜା ସକାଶେ ସହରର କୌଣସି ଜାଗାରେ ପ୍ୟାଣ୍ଡେଲ କିମ୍ବା ଟେଣ୍ଟ ମାରି ପାରିବେ ନାହିଁ । ପୂଜା ସକାଶେ ଜନସାଧାରଣ ଏକତ୍ରିତ ହୋଇ ପାରିବେ ନାହିଁ। କେବଳ ନିଜ ଘରେ ପୂଜା ଅର୍ଚ୍ଚନାକରିପାରିବେ । ଏନେଇ ଏକ ଆଦେଶ ନାମା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।