ବୌଦ୍ଧ,୧୯/୮ – ବୌଦ୍ଧ ଜିଲ୍ଲା ଶିକ୍ଷା ଜଗତରେ ସର୍ବ ପରିଚିତ ଓ ଛାତ୍ର ଛାତ୍ରୀ ତଥା ସହକର୍ମୀ ମାନଙ୍କ ଅତି ପ୍ରିୟ ଆରତୀ ଦିଦି ଆଉ ନାହାନ୍ତି । ଅବସରପ୍ରାପ୍ତ କୃତ୍ତି ଶିକ୍ଷୟତ୍ରୀ ତଥା ବୌଦ୍ଧଶିକ୍ଷା ଜିଲ୍ଲାର ପୂର୍ବତନ ଡି. ଆଇ. ଆରତୀ ସାହୁଙ୍କ ଆଜି ଭୋର ୪. ୩୦ ମିନିଟ ସମୟରେ ଭୁବନେଶ୍ୱର ଠାରେ ପରଲୋକ ହୋଇଯାଇଛି । ଆରତୀ ଦିଦି ଶିକ୍ଷକତା କାଳ ମଧ୍ୟରେ ଅନେକ ବର୍ଷ ଧରି ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରି ସୁନାମ ଅର୍ଜନ କରିଥିଲେ । ସେହିପରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ବାମଣ୍ଡା ଓ ବୌଦ୍ଧ ସିଟି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପ୍ରିୟଭାଜନ ହୋଇପାରିଥିଲେ । କିଛି ସମୟ ପାଇଁ ଆରତୀ ଦିଦି ବୌଦ୍ଧ ଶିକ୍ଷା ଜିଲ୍ଲାର ଡି.ଆଇ. ଭାବରେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ତାଙ୍କର ବିୟୋଗରେ ବନ୍ଧୁ ବର୍ଗ, ଶୁଭେଚ୍ଛୁ, ସହକର୍ମୀ ତଥା ଛାତ୍ର ଛାତ୍ରୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ହୀରାଞ୍ଚଳ ସଂପାଦକ ଯୁଗଳ କିଶୋର ସାମଲ ଏହି ଦୁଃଖଦ ଖବର ଶୁଣି ଗଭୀର ଶୋକପ୍ରକାଶ କରିଛନ୍ତି ।