ବୌଦ୍ଧ ,୧୯/୮- କଣ୍ଟାମାଳ ବ୍ଲକ୍ ଅଂଚଳରେ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ସବୁବେଳେ ବିଦ୍ୟୁତ୍ ବିଭାଗ ବିଫଳ l ଥରେ କରେଣ୍ଟ ଚାଲିଗଲେ କେତେବେଳେ ଆସିବ କହିବା ମୁସ୍କିଲ୍ l ତାହାର ଉତ୍ତର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ କିମ୍ବା କର୍ମଚାରୀ ମାନଙ୍କ ପାଖରେ ନଥାଏ l ଆଜି ସେଭଳି ଘଟଣା ଘଟିଛି କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମ ପଂଚାୟତର ୧୦ଖଣ୍ଡ ଗ୍ରାମରେ l ଅପରାନ୍ହ ୩ ଘଣ୍ଟା ପରେ ପରେ କରେଣ୍ଟ ଯାଇଛି ଯେ ବର୍ତ୍ତମାନ ରାତି ୯ଟା ବାଜି ସାରିଲାଣି ହେଲେ କରେଣ୍ଟ ଆସିନାହିଁ l କେତେ ବେଳେ ଆସିବ ତାର ଉତ୍ତର ମଧ୍ୟ ଦେଇ ପାରୁନାହାନ୍ତି ବିଭାଗୀୟ ଅଧିକାରୀ l ମରାମତି ଚାଲିଛି ନାମରେ ହୋଇ ସାରିଲାଣି ୬ ଘଣ୍ଟା l ବିନା ବର୍ଷା ପବନରେ ବି ବିଦ୍ୟୁତ୍ ବିଭ୍ରାଟକୁ ସଜଡ଼ା ହୋଇ ପାରୁନଥିବା ଯୋଗୁଁ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ବିଦ୍ୟୁତ୍ ବିଭାଗ ଗ୍ରାହକ ସେବା ଯୋଗାଇବା ଦିଗରେ ତତ୍ପର ହେବା ଆବଶ୍ୟକ ବୋଲି ଗ୍ରାହକଙ୍କ ମଧ୍ୟରେ ମତପ୍ରକାଶ ପାଉଛି l