ବୌଦ୍ଧ – ଆଜି ବୌଦ୍ଧ ଜିଲ୍ଲାରେ କରୋନା ବିରତି ଦେଇଛି । ପ୍ରତିଦିନ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଘୋ ଘୋ ହୋଇ ବଢି ଚାଲିଥିବା ବେଳେ ଆକି ସେଭଳି ଦେଖିବାକୁ ମିଳିନାହିଁ । ଆଜି ରାଜ୍ୟରେ ୨୮୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ମାତ୍ର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମାତ୍ର ସେ ପଜିଟିଭ ଜଣକ ବୌଦ୍ଧ ଜିଲ୍ଲାର ହୋଇ ଥିଲେ ମଧ୍ୟ ତାଙ୍କର ସ୍ୱାବ ନମୂନା ବୌଦ୍ଧରୁ ପଠା ଯାଇନଥିଲା ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେ କୌଣସି ପରିସ୍ଥିତିରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ୍ ଡାକ୍ତରଖାନାରେ ପରୀକ୍ଷା କରାଇଥିଲେ ଓ ତାଂକର ପଜିଟିଭ ବାହାରିଥିବା ଜଣାପଡିଛି ।