ନିଜ କ୍ୟାରିଅରର ପ୍ରଥମ କାର୍‌ ପୁଣି ପାଇବାକୁ ଚାହୁଁଛନ୍ତି ମାଷ୍ଟର ବ୍ଲାଷ୍ଟର

0 86

ମୁମ୍ବାଇ : ଭାରତର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଦକ୍ଷତା ବଳରେ କ୍ୟାରିଅରରେ ବଡ ସଫଳତା ହାସଲ କରିଛନ୍ତି । ସେ ଭାରତର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ସଚିନଙ୍କ ପାଖରେ ଅନେକ ଲଜ୍ଜରି ଗାଡି ଅଛି । ସଚିନଙ୍କ ଫରାରି ବହୁତ ଦିନ ଯାଏଁ ଚର୍ଚ୍ଚାରେ ଥିଲା । କିନ୍ତୁ ସଚିନ ଏବେ ମଧ୍ୟ ନିଜର ପ୍ରଥମ ଗାଡିକୁ ନେଇ ଭାବପ୍ରବଣ ।
ନିକଟରେ ଏକ ସାକ୍ଷାତକାରରେ ସଚିନ କହିଥିଲେ ଯେ ତାଙ୍କୁ ପିଲାଦିନୁ ଗାଡିର ବହୁତ ସଉକ ଥିଲା । ସେଥିପାଇଁ ସେ ଯେତେବେଳେ ନିଜର ପ୍ରଥମ ଗାଡି ମାରୁତି ୮୦୦ କିଣିଲେ ସେତେବେଳେ ସେ ଗାଡି ପ୍ରତି ତାଙ୍କର ବହୁତ ଦୁର୍ବଳତା ଥିଲା । ଏବେ କିନ୍ତୁ ସଚିନଙ୍କ ପାଖରେ ସେ ଗାଡି ଆଉ ନାହିଁ । ତାଙ୍କର ମାରୁତି ୮୦୦ କୁ ସେ ବହୁତ ମନେପକାଉଛନ୍ତି ।ସେ ନିଜର ପ୍ରଥମ କାରକୁ ପୁଣି ପାଇବାକୁ ଚାହୁଁଛନ୍ତି ବୋଲି ସାକ୍ଷାତକାରରେ କହିଥିଲେ । ଏଥିପାଇଁ ସେ ନିଜ ପ୍ରଶଂସକଙ୍କ ସାହାଯ୍ୟ ମଧ୍ୟ ମାଗିଛନ୍ତି ।ଗାଡି ସମ୍ପର୍କରେ କିଛି ସୂଚନା ମିଳିଲେ ତାଙ୍କୁ ସୂଚାଇ ଦିଅନ୍ତୁ ବୋଲି ସେ କହିଛନ୍ତି ଯେପରିକି ସେ ନିଜ ପ୍ରଥମ ଗାଡି ପୁଣି ଫେରିପାଇବେ ।
ଡନ୍‌ ବ୍ରାଡମ୍ୟାନ୍‌ ଙ୍କ ୨୯ ଟେଷ୍ଟ ଶତକ ରେକର୍ଡ ସହ ବରାବରୀ କରିବ ପରେ ସଚିନଙ୍କୁ ଅଟୋମୋବାଇଲ କମ୍ପାନୀ ସିଏଟ ଫରାରି ଉପହାର ଦେଇଥିଲା । ସିଏଟ ଉପହାର ଦେଇଥିବା ଏହି ଗାଡିର ଆମଦାନୀ ଟ୍ୟାକ୍ସ ଦେବାକୁ ମନା କରିଦେଇଥିଲେ । ୮.୩୦ କୋଟି ଟଙ୍କାର କାର ପାଇଁ ସଚିନଙ୍କୁ ୨ କୋଟି ଟଙ୍କା ଆମଦାନୀ ଟ୍ୟାକ୍ସ ଦେବାକୁ ପଡିଥିଲା । ୨୦୧୧ ମସିହାରେ ୮ ହଜାର କିମି ଚଲାଇବା ପରେ ସଚିନ ଏହି କାରକୁ ସୁରଟର ଜଣେ ବ୍ୟବସାୟୀ ତଥା ରାଜହଂସ ଗ୍ରୁପର ମାଲିକ ଜୟେଶ ଦେଶାଇଙ୍କୁ ୧.୨ କୋଟି ଟଙ୍କାରେ ବିକି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

seventeen + 10 =