ମଇଦାନକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

0 82

ମ୍ବାଇ : ନିକଟରେ ବାପା ହୋଇଥିବା ହାର୍‌ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ରୁ ଲମ୍ବା ବିରତି ପରେ ପଡିଆକୁ ଫେରିଛନ୍ତି । ପାଣ୍ଡ୍ୟା ନିଜର ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଟି -୨୦ ଲିଗ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ଆଇପିଏଲ ଆୟୋଜନ ହେବାର ଥିଲା । ମାତ୍ର କୋଭିଡ୍‌-୧୯ ବିଶ୍ୱ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବୁଧବାର ଭାରତର ଏହି ତାରକା ଅଲରାଉଣ୍ଡର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୌଡୁଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ପାଣ୍ଡ୍ୟା କେବଳ ହାପ ପେଣ୍ଟ ପିନ୍ଧିଛନ୍ତି । ଦୌଡୁଥିବା ପାଣ୍ଡ୍ୟା ବହୁତ ଫିଟ୍‌ ଥିବା ଦେଖା ଯାଉଛନ୍ତି । ଲମ୍ବା ବିରତିରେ ପାଣ୍ଡ୍ୟା ବିଶେଷଜ୍ଞଙ୍କ ରାୟ ମାନି ନିଜ ଶରୀରର କିଛି ଓଜନ ବଢାଇଛନ୍ତି । ଗତ ବର୍ଷ ସେ ଅଣ୍ଟାରେ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିଲେ । ସେ ଗତ ବର୍ଷ ସେପ୍ଟେମ୍ବରରୁ ପ୍ରତିଯୋଗିତାମୂଳକ କ୍ରିକେଟ୍‌ରୁ ଦୂରରେ ଅଛନ୍ତି ଏବଂ ଚଳିତ ବର୍ଷ ଆଇପିଏଲରୁ ସେ କ୍ରିକେଟ୍‌ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ । ପାଣ୍ଡ୍ୟାଙ୍କଏହି ଫଟୋ ତାଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଏହାକୁ ଲାଇକ୍‌ କରିବାରେ ତାଙ୍କ ପତ୍ନୀ ନତାଶା ଷ୍ଟେନକୋଭିଚ୍‌ ମଧ୍ୟ ସାମିଲ ।

hiranchal ad1
Leave A Reply

Your email address will not be published.

two × two =