ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦୈନିକ ସଂଖ୍ୟା କିଛିଦିନ ୬୦ ହଜାର ତଳକୁ ରହିବା ପରେ ଆଜି ପୁଣି ଊଦ୍ଧ୍ୱର୍ମୁଖୀ ହୋଇଛି । ଗତ ୨୪ ଘଣ୍ଟାରେ ୬୯ ହଜାର ୬୫୨ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୫ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ୯୬ ହଜାର ୬୬୪କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
ଉଲ୍ଲେଖଯୋଗ୍ୟ, ପୂରା ବିଶ୍ୱରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨.୨୨ କୋଟିରେ ପହଞ୍ଚିଥିବା ବେଳେ ୭.୮୪ ଲକ୍ଷ ଲୋକଙ୍କ ଜୀବନ ଯାଇ ସାରିଲାଣି । ଭାରତର ଏକ ବେସରକାରୀ ଲାବୋରେଟୋରି ପକ୍ଷରୁ କୁହାଯାଇଛି ଯେ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ କରୋନା ସଂକ୍ରମିତ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨.୭୦ ଲକ୍ଷ ଆଣ୍ଟିବଡି ପରୀକ୍ଷା କରାଯାଇଛି । ପରୀକ୍ଷଣରୁ ଜଣାପଡିଛି ଯେ ହାରାହାରି ୨୬ ପ୍ରତିଶତ ଲୋକଙ୍କ ନିକଟରେ ଆଣ୍ଟିବଡି ରହିଛି । ଏବେ ସୁଦ୍ଧା ଦେଶରେ ସମୁଦାୟ ୩.୨୬ କୋଟି କରୋନା ପରୀକ୍ଷଣ ହୋଇ ସାରିଛି । ଦେଶରେ ସମୁଦାୟ ୨୦ ଲକ୍ଷ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ରହିଛି ।
Sign in
Sign in
Recover your password.
A password will be e-mailed to you.
Prev Post