ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

0 1,465

ବୌଦ୍ଧ/ବାଉଁଶୁଣୀ – ପ୍ରାଚୀନ ବୌଦ୍ଧ ଗଡଜାତର ମହିଳା ସ୍ବାଧୀନତା ସଂଗ୍ରାମୀ ମଣି ମେହେର ଆଜି 94 ବର୍ଷ ବୟସରେ ନିଜ ଘର ବାଉଁଶୁଣି ଠାରେ ପରଲୋକ ଗମନ କରିଛନ୍ତି | ତାଙ୍କର ସ୍ବାମୀ କିଶନ ମେହେର ମଧ୍ୟ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ l ଉଭୟେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସମ୍ବଲପୁର ଓ ପଲସାଗୋରା ଠାରେ ହୋଇଥିବା ପ୍ରଜା ମଣ୍ଡଳ ମେଳି ବୈଠକରେ ଯୋଗ ଦେଇ ରାଜା ଓ ଇଂରେଜ ମାନଙ୍କ ଆକ୍ରୋଶର ଶିକାର ହୋଇ ଥିଲେ l 10 ବର୍ଷ ତଳେ ତାଙ୍କର ସ୍ବାମୀ ପରଲୋକ ଗମନ କରିଛନ୍ତି l

hiring

ମଣି ମେହେର ସ୍ବାଧୀନତା ସଂଗ୍ରାମୀ ଭାବରେ ରାଜ୍ୟ ସରକାରଙ୍କ ଠାରୁ ମାସିକ 9 ହଜାର ଟଙ୍କା ଭତ୍ତା ପାଉଥିଲେ l ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ବୋତି ରଂଜନ ନାଏକ, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ ପହଂଚି ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇ ଥିଲେ l ଯୁବ ସମାଜ ସେବୀ ସରୋଜ କୁମାର୍ ତ୍ରିପାଠୀ ତାଂକର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି |

hiranchal ad1
Leave A Reply

Your email address will not be published.

sixteen + 1 =