ବାଉଁଶ ବନିକରଣ ପ୍ରକଳ୍ପକୁ ପରିଦର୍ଶନ କଲେ ବୌଦ୍ଧ ବନଖଣ୍ଡ ଅଧିକାରୀ

0 125

ହରଭଙ୍ଗା,(ହୀ.ପ୍ର): ବନ ସଂରକ୍ଷଣର ସଫଳ ଦୃଷ୍ଟାନ୍ତ ହେଉଛି, ବୌଦ୍ଧ ବନଖଣ୍ଡର ପୁରୁଣାକଟକ ବନାଞ୍ଚଳର ହରଭଙ୍ଗା ସେକ୍ସନର ଅରଖପଦର ରିଜର୍ଭ ଜଙ୍ଗଲରେ ୧୫ ହେକ୍ଟର ପରିଧିରେ ବାଉଁଶ ବନିକରଣ କରାଯାଇଛି । ଆଜି ବୌଦ୍ଧ ଡିଏଫ୍‌ଓ ଯଶୋବନ୍ତ ସେଠୀ ଏହି ପ୍ରକଳ୍ପକୁ ପରିଦର୍ଶନ ସହ ତଦାରଖ କରିଥିଲେ । ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ବିଲୀନ ହେବାକୁ ଯାଉଛି ଇକୋଫ୍ରେଣ୍ଟଲି ବାଉଁଶ ଶିଳ୍ପ । ଏକତା ବୌଦ୍ଧ ଜିଲ୍ଲାରୁ ଦିନେ ହଜାର ହଜାର ଟନ୍ ବାଉଁଶ କଟାଯାଇ କାଗଜକଳକୁ ଯାଇଥିବା ନଜିର ଅଛି । ଏକ ବାଉଁଶ ଅଭାବକୁ ଦୁର୍ଦ୍ଦନରେ ଦିନ କାଟୁଛନ୍ତି ବାଉଁଶ କାରିଗର । ବାଉଁଶର ଅଭାବକୁ ଦୂର କରିବା ପାଇଁ ବୌଦ୍ଧ ବନଖଣ୍ଡ ଡିଏଫ୍‌ଓ ଶ୍ରୀ ସେଠୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନୂତନ ଯୋଜନା ହାତକୁ ନେଇ ଅରଖପଦର ସଂରକ୍ଷିତ ଜଙ୍ଗଲରେ ୧୫ ହେକ୍ଟର ଜମିରେ ବାଉଁଶ ଗଛ ଲଗାଯାଇଛି । ବାଉଁଶର ସଂକଟ ଦୂର କରିବା ପାଇଁ ବାଉଁଶ ଗଛ ପ୍ରତି ସମସ୍ତଙ୍କ ଆଗ୍ରହ ବୃଦ୍ଧି ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ସଂରକ୍ଷିତ ଜଙ୍ଗଲରେ ଉନ୍ନତ ମାନର ଶାଳିଆ ବାଉଁଶ ଗଛ ଲଗାଯାଇଛି । ଯେତେ ଅଧିକ ପରିମାଣରେ ବାଉଁଶ ଗଛ ବନକରିଣ କରାଯିବ, ସେତେ ଅଧିକ କଞ୍ଚାମାଲ ମିଳିପାରିବ । ଫଳରେ କଞ୍ଚାମାଲ ମିଳିଲେ କାରିଗରଙ୍କ ଦୁଃଖ ଲାଘବ ହୋଇପାରିବ । ଏହି ଅବସରରେ ଡିଏଫ୍‌ଓଙ୍କ ସହ ପୁରୁଣାକଟକ ରେଞ୍ଜ ଅଧିକାରୀ ଶ୍ରୀ ମଲ୍ଲିକ, ହରଭଙ୍ଗା ବନପାଳ ଶ୍ରୀ ସାହୁ, ଚାରିଛକ ବନପାଳ ଭି. ରାଓ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

10 − two =