ଜନହାପଙ୍କ: ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ୫୭ର ତେଲିବନ୍ଧ ବାହାଲ ପୋଲ ନିକଟରେ ଆଜି ସକାଳ ଭୋର ୪ ଟା ରେ ଏକ କାର ଓଡି ୩୩ ଜେଡ ୫୬୬୭ ଭାରସାମ୍ୟ ହରାଇ ରାସ୍ତା କଡରେ ବିଲ ମଧ୍ୟକୁ ପଶି ଯାଇଛି । ଏଥିରେ ଥିବା ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେହି ଆହତ ହୋଇନଥିବା ଜଣାଯାଇଛି ।ମିଳିଥିବା ସୂଚନାମତେ ଖରିଆରରୁ କୌଣସି ଏକ କାମରେ ଦମ୍ପତି ସହିତ ଗାଡି ଡ୍ରାଇଭର ଆକାଶ ମହାରଣା ଭୁବନେଶ୍ୱର ଯାଉଥିବାବେଳେ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ଜହ୍ନାପଙ୍କ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିବାରୁ ଏହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରିବାକୁ ଦାବି ହେଉଛି ।