ନୂଆଖାଇ ପାଇଁ ନିର୍ମାଣ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “ସଲଖିଲା ଜୀବନ’

0 1,430

ବୌଦ୍ଧ – ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଭାଇଚାରାର ଗଣପର୍ବ ନୂଆଖାଇ । ଏହାକୁ ନେଇ ବୌଦ୍ଧ ଜିଲ୍ଲାରେ ନିର୍ମାଣ ହୋଇଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର “ସଲଖିଲା ଜୀବନ’ । ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ସହିତ ଉଚ୍ଚ ନୀଚ ଭେଦ ଭାବ ନ ରଖି ଭାଇ ଭାଇ ସମ୍ପର୍କରେ ନୂଆଖାଇ ପାଳିବା ନେଇ ବାର୍ତ୍ତା ଦେଇଛି ଚଳଚ୍ଚିତ୍ର । ଓଡ଼ିଶାରେ ବାର ମାସରେ ତେର ପରବ କିନ୍ତୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ହେଉଛି ନୂଆଖାଇ ।ଭାଦ୍ରବ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମାଁ ସମଲେଶ୍ୱରୀଙ୍କ ପାଖରେ ନବାହ୍ନ ଲାଗିଲା ପରେ ଘରେ ଘରେ ନୂଆ ବସ୍ତ୍ର ପରିଧାନ କରି ନୂଆ ଖାଇଥାନ୍ତି । ଏହି ନୂଆଖାଇ ଏକ ଭାଇଚାରାର ପର୍ବ ଏଥିରେ ଉଚ୍ଚନୀଚ ଭେଦ ଭାବ ଦେଖାଯାଇ ନଥାଏ । କିନ୍ତୁ ପୁରାତନ କାଳର ଗାଁ ଗଉନ୍ତିଆ ଓ ପ୍ରଜାର ଯେଉଁ ସମ୍ପର୍କ ଥାଏ ତାକୁ ନେଇ ଏହି ଚଳଚ୍ଚ଼ିତ୍ର ନିର୍ମାଣ ହୋଇଛି ଯାହା “ସଲଖିଲା ଜୀବନ’ ।

hiring


ଗଉନ୍ତିଆ କେମିତି ତାର ହଲିଆକୁ ଅଣଦେଖା କରେ ଏବଂ ପରବର୍ତ୍ତୀ ସମୟରେ ନିଜ ଭୁଲ ବୁଝି ନିଜକୁ ସୁଧାରି ନିଏ ତାହା ଏଠାରେ ସୂଚିତ କରାଯାଇଛି । କରୋନା କଟକଣା ଯୋଗୁଁ ଯେଉଁ ଅର୍ଥସଙ୍କଟ ଦେଖାଯାଇଛି ତାହା କେମିତି ଏଥିରେ ବାଧା ନ ଉପୁଜିବା ତାହାବି ଦର୍ଶାଯାଇଛି ।ଏହି କ୍ଷୁଦ୍ର ଚଳଚିତ୍ର ଯୁବ ପ୍ରଯୋଜକ ରାଜେଶ କୁମାର ଠେଲା ଓ ନିର୍ଦ୍ଦେଶକ ସୋନି ସାହୁଙ୍କ ଦ୍ୱାରା ନିର୍ମିତ ହୋଇଛି । ଏଥିରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ବିଭିନ୍ନ ଗାଁ ର ଯୁବ କଳାକାର ଅଭିନୟ କରିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ରାବିଡ଼ି ଗାଁରେ ଚଳଚ୍ଚିତ୍ର ସୁଟିଂ ହୋଇଛି । ଆସନ୍ତା ୨୩ ତାରିଖ ନୂଆଁଖାଇ ଦିନ ଏହା ଅଭିଷେଖ ଶର୍ମା ସୋନପୁର ୟୁଟୁବ ଚାନେଲରେ ରିଲିଜ ହେବ । ଏହି କ୍ଷୁଦ୍ର ଚଳଚିତ୍ରରେ ଅଭିନୟ କରି ଯୁବ କଳାକାର ମାନେ ବେଶ ଖୁସି ମଧ୍ୟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

2 + 9 =