ଭଦ୍ରକ ସାଂସଦ ମଞ୍ଜୁଲତା କରୋନା ପଜିଟିଭ ଚିହ୍ନଟ

0 132

ଭୁବନେଶ୍ୱର : ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପ୍ରାରମ୍ଭିକ ଲକ୍ଷଣ ଜଣାପଡିବା ପରେ କୋଭିଡ ଟେଷ୍ଟ କରାଇଥିଲି,ଏବେ ରିପୋର୍ଟ ପଜିଟିଭ ଆସିଛି । ତେବେ ମୋର ସୁସ୍ଥ ଭଲ ଅଛି । ଅନ୍ୟ ପକ୍ଷରେ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣରେ ୫ଜଣରୁ ଅଧିକ ବିଧାୟକ, ତିନିଜଣ ମନ୍ତ୍ରୀ ଓ ତିନି ଜଣ ସାଂସଦ କରୋନା ଦ୍ୱାରା ଆକ୍ରାନ୍ତ ହେଲାଣି ।

hiranchal ad1
Leave A Reply

Your email address will not be published.

7 + twenty =