ଅବ୍ୟବସ୍ଥାରେ ଏସ ବି ଆଇ ଏଟିଏମ

0 221

ଜହ୍ନାପଙ୍କ,୨୪/୮- ବୌଦ୍ଧବ୍ଳକ ନାରାୟଣନଗରରେ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏଟିଏମ କାଉଣ୍ଟର ୨୦୧୧ ମସିହାରେ ଖୋଲାଯାଇଥିଲା । ପ୍ରକୃତରେ ଏହି ଏଟିଏମଟି ଜହ୍ନାପଙ୍କ ଛକଠାରେ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ନାରାୟଣନଗରର ଜୈନିକ ବ୍ୟକ୍ତି ମୋଟାଅଙ୍କର ଲାଞ୍ଚଦେଇ ନିଜ ଘରେ କରିବାକୁ ସକ୍ଷମ ହୋଇଥିଲେ । ଏଟିଏମଟି ଏପରି ଜାଗାରେ ଅଛି ଯେ ଆଜିପର୍ଯ୍ୟନ୍ତ ଅନେକ ଲୋକ ଜ ।ଣିପାରୁନାହାନ୍ତି । ଫଳରେ ଲୋକମାନେ ବହୁ ଅସୁବିଧ ।ର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଗ୍ରାହକମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ଗ୍ରାହକ ପିଛା ବାର୍ଷିକ ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ସେବା ବ୍ୟାଙ୍କ ପକ୍ଷରୁ ନିଆଯାଉଥିବାବେଳେ ଏଟିଏମ ପରିଚାଳନା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉନଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଏହି ଏଟିଏମରେ ଏସି ଲାଗିନଥିବାରୁ ଭିତରେ ମୁହୂର୍ତ୍ତଟିଏ ଠିଆହେବା ମୁସ୍କିଲ ହୋଇପଡୁଛି । ହେଲେ କିଛି ଉପାୟ ନପାଇ ଝାଳନାଳ ହୋଇ ଏଟିଏମରୁ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛନ୍ତି । ତୁରନ୍ତ ଏହି ଏଟିଏମକୁ ଜହ୍ନାପଙ୍କ ଚାରିଶମ୍ଭୁ ମୁଖ୍ୟ ରାସ୍ତାକୁଉଠାଇନେବାକୁ ଦ ।ବୀ ହେଉଛି ।

hiranchal ad1
Leave A Reply

Your email address will not be published.

fourteen − eleven =