ବେଆଇନ ନିଶା ଦ୍ରବ୍ୟ ବ୍ୟବସାୟର ପର୍ଦ୍ଦାଫାଶ ୩୨୫୦ ବୋତଲ ପ୍ରତିବନ୍ଧିତ କଫସିରପ ଜବତ ଓ ୪ଜଣ ଗିରଫ

0 176

ସମ୍ବଲପୁର,୨୬/୮- ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଶା ଦ୍ରବ୍ୟ ବ୍ୟବସାୟର ଏକ ରେକେଟ ଧରିବାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏନେଇ ସ୍ଥାନୀୟ ଧନୁପାଲି ପୁଲିସ ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଦୁଇଟି ବାହନ ଓ ୩୨୮୦ ବୋତଲ ପ୍ରତିବନ୍ଧିତ କଫସିରପ ଜବତ କରିଛି । ଏ ବିଷୟରେ ସୂଚନା ଦେଇ ସଦର ଡିଏସପି ତପନ ମହାନ୍ତି ଜଣାଇଛନ୍ତି ଯେ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ସ୍ଥାନୀୟ ଧନକଉଡା ପାଖରେ ଏକ ୱାଗନ ଆର ବାହନ ଅଟକାଇ ସେଥିରୁ ୧୦ଟି କାର୍ଟୁନ୍‌ରେ ୧୬୦୦ ବୋତଲ ପ୍ରତିବନ୍ଧିତ କଫସିରପ ବରାମତ କରିବା ସହିତ ଉକ୍ତ ବାହନ ନେଇ ଯାଉଥିବା ପ୍ରମୋଦ ବେହେରା (୫୫) ଓ ପ୍ରହ୍ଲାଦ ବେହେରା (୩୯) ଙ୍କୁ ଗିରଫ କରାଗଲା । ସେମାନଙ୍କ ଠାରୁ ସୂଚନା ପାଇ ଏକ ପୁଲିସ ଦଳ ବରଗଡ଼ ଜିଲ୍ଲାର ରେଙ୍ଗାଲି କେମ୍ପଠାରେ ପିଙ୍କି ମେହେର (୨୬) ଓ ତାଙ୍କ ସ୍ୱାମୀ ଶ୍ୟାମ ମେହେର (୪୫)ଙ୍କ ଠାରୁ ପୁଣି ଅନ୍ୟ ଏକ ଟାଟା ମ୍ୟାଜିକ ବାହନ ସହିତ ୧୬୮୦ ବୋତଲ ପ୍ରତିବନ୍ଧିତ କଫସିରପ ଜବତ କରାଯାଇଛି । ସେମାନଙ୍କ ଠାରୁ ପଚରାଉଚରା ସହିତ ଏହି ମାମଲାର ଅନୁସନ୍ଧାନ ଆଗକୁ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

five × 2 =