ହରଭଙ୍ଗା ବ୍ଲକରେ ଲଗାଣ ବର୍ଷାରେ ସ୍ଥିତି ବେହାଲ୍‌ ,୧୦ଟି ପରିବାର ଲୋକେ ଦୁଇଦିନ ହେଲା ଜଳବନ୍ଦୀରେ

0 849

ବୌଦ୍ଧ,୨୬/୮ – ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ବାମଣ୍ଡା ପଂଚାୟତର ୩ନଂ ୱାର୍ଡ ଅନ୍ତର୍ଗତ ମେଣ୍ଡାଗ୍ରାମର ଭୁକ୍ତା ସାହିରେ ବର୍ଷାପାଣି ପଶି ସାହିର ସମ୍ବାରୁ ଭୋକ୍ତା, ଭକ୍ତ ଭୋକ୍ତା, ଅର୍ଜ୍ଜୁନ ଭୋକ୍ତା, ଦୁର୍ଯ୍ୟୋଧନ ଅମାତ୍‌, ବାଇଁଛା ଅମାତ୍‌, ଧରଣୀ ଅମାତ ପ୍ରମୁଖ ୧୦ଟି ପରିବାର ଲୋକେ ଦୁଇଦିନ ହେଲା ଜଳବନ୍ଦୀରେ ରହିଥିବା ଜଣାପଡିଛି । ଏହା ସହିତ ଗ୍ରାମର ଭୁଜ ଅମାତଙ୍କ ମାଟି ଚାଳଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା ଖବର ହସ୍ତଗତ ହୋଇଛି । ଲଗାଣବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଲୋକେ ଘରୁ ବାହାରି ନପାରି ଉପାସରେ କାଟୁଥିବା ଗ୍ରାମର ୱାର୍ଡସଭ୍ୟ ଉମେଶ ଭୋଇ ଅଭିଯୋଗ କରିଛନ୍ତି ।

hiring

ବନ୍ଧାପଥର ଗ୍ରାମ ପଂଚାୟତ ଗୁଡପଡା ଗ୍ରାମର ନାରାୟଣ ବେହେରାଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ସେହିପରି ପୀତାମ୍ବରପୁର ଗ୍ରାମ ପଂଚାୟତର ଶରଧାପୁର ଗ୍ରାମରେ ଭଇର ଅଣା କେନାଲ ଉଛୁଳି ଗ୍ରାମ ଦାଣ୍ଡରେ ୨ ଫୁଟ୍‌ ଉଚ୍ଚ଼ରେ ଜଳ ପ୍ରବାହିତ ହେଉଛି । ବୀରନରସିଂହପୁର ଗ୍ରାମ ପଂଚାୟତର ମହାକୁଡପାଲି ନିକଟରେ ଚିତିଜୋରରେ ବନ୍ୟା ଆସି ଗ୍ରାମ ଜଳ ଘେରରେ ରହିଛି । ଜାତୀୟ ରାଜପଥ ନମ୍ବର୍‌ ୫୭ର ଲାଣ୍ଡିବନ୍ଧ ଓ ଗାନ୍ଧୀଗ୍ରାମ ମଝିରେ ଥିବା ନାଳର ପାଣି ରାଜପଥ ଉପରେ ପ୍ରବାହିତ ହେଉଛି । ବାମଣ୍ଡା ଗ୍ରାମ ପଂଚାୟତ ଦେବଗଡ ଗ୍ରାମର ଚାଷ ଜମି ଜଳମଗ୍ନ ହୋଇ ଯାଇଛି ।

hiranchal ad1
Leave A Reply

Your email address will not be published.

20 − 4 =