ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳ ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର-୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ଆୟୋଜନ କରାଯାଉଅଛି । ଏହି ପଦକ୍ଷେପକୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସରଳ ପଦକ୍ଷେପ ଗ୍ରହଣ କରି ନିଜକୁ ସୁସ୍ଥ ରଖିବା ପାଇଁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରାଯାଉଅଛି । ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ପ୍ରଦୀପ କୁମାରଙ୍କ ତତ୍ତ୍ୱାବଧାନରେ ୨୬ ଅଗଷ୍ଟ -୨୦୨୦ରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ରେ ଆୟୋଜିତ ହୋଇଥିଲା । ଏହି ରନ୍ ରେଳବାଇ ଷ୍ଟାଡ଼ିୟମ୍ରୁ ବାହାରି ରେଳ ନଗର ଗେଟ୍ ପର୍ଯ୍ୟନ୍ତ ଯାଇ ପୁଣି ରେଳବାଇ ଷ୍ଟାଡ଼ିୟମକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ଅବସରରେ ଡିଆରଏମ୍, ଶ୍ରୀ ପ୍ରଦୀପ କୁମର କହିଲେ ଯେ, ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଳ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଶରୀର ଏବଂ ମନର ସୁସ୍ଥତାକୁ ବଜାୟ ରଖିବା ପାଇଁ ସଚେତନତା ସୃଷ୍ଟି କରିବା । ଏହି ଅବସରରେ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରର ଅଧ୍ୟକ୍ଷା ଶ୍ରୀମତୀ ଈଷା ମଲିକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଏଲଭି ଏସ୍ଏସ୍ ପାତ୍ରଡୁ, ମହିଳା କଲ୍ୟାଣ କର୍ମଚାରୀ ଓ ସେମାନଙ୍କ ପରିବାର ଯୋଗଦାନ କରିଥିଲେ ।