୨୦ ଘଣ୍ଟା ଧରି ମନମୁଣ୍ଡା ଅଂଚଳର ୫୦ ଖଣ୍ଡ ଗାଆଁ ଅନ୍ଧାରରେ

0 989

ବୌଦ୍ଧ,୨୬/୮ – ଗତକାଲି ଅପରାହ୍ନ ସମୟରୁ ମନମୁଣ୍ଡା ଠାରୁ ଆରମ୍ଭକରି ପଲସାଗୋରା ଲମ୍ବସରୀ ଯାଏଁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାରୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡର କର୍ମଚାରୀମାନେ କାହିଁକି ଏଭଳି ପରିସ୍ଥିତି ହୋଇଛି ଓ କେତେବେଳେ କରେଣ୍ଟ ଆସିବ ସେ ସମ୍ପର୍କରେ କୌଣସି ସଠିକ୍‌ ଉତ୍ତର ମଧ୍ୟ ଦେଇ ପାରୁନାହାନ୍ତି । କରେଣ୍ଟ ନ ଥିବାରୁ ଲୋକେ କୌଣସି ବୈଦ୍ୟୁତିକ ସାମଗ୍ରୀର ବ୍ୟବହାର କରିପାରୁ ନଥିବା ଯୋଗୁଁ ଅନେକ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ୨୦ ଘଣ୍ଟା ଧରି ବିଦ୍ୟୁତ୍‌ କାଟ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇ ପଡିଛି ।

hiranchal ad1
Leave A Reply

Your email address will not be published.

eleven + 18 =