ଜାତୀୟ ସ୍ତରୀୟ ଭଜନ ପ୍ରତିଯୋଗିତାରେ ଆଶୁତୋଷ ମିଶ୍ର ଦ୍ୱିତୀୟ

0 158

ପାରଳାଖେମୁଣ୍ଡି : ଶ୍ରୀ ସିରିଡିସାଇ ଚାରିଟେବଲ ଟ୍ରଷ୍ଟ କେନ୍ଦ୍ରାପଡା ଓ ବେବୀ ବିଙ୍ଗ ପ୍ରିସ୍କୁଲ ରାଉରକେଲାର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ସିରିଡି ସାଇ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଣ୍ଠଶିଳ୍ପୀ ଆଶୁତୋଷ ମିଶ୍ର ଏହି ଅନଲାଇନ ପ୍ରତିଯୋଗୀତାରେ ଭାଗ ନେଇ ଦ୍ୱିତୀୟ ଶ୍ରେଷ୍ଠ କଣ୍ଠ ଶିଳ୍ପୀ ଭାବେ ବିବେଚିତ ହୋଇଛନ୍ତି । ଦୁଇ ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ମାନପତ୍ର ଓ ପୁରସ୍କାର ସ୍ଥାନୀୟ ସିରିଡି ସାଇ ଚାରିଟେବଲ ଟ୍ରଷ୍ଟକୁ ପ୍ରେରଣ କରିଥିଲେ ଗତକାଲି ଉକ୍ତ ମାନପତ୍ର ଓ ପୁରସ୍କାରକୁ ସିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟର ଚ୍ୟାୟରମେନ ଶ୍ରୀ ବାଳ କୃଷ୍ଣ ପଟ୍ଟନାୟକ, ସାମ୍ବାଦିକ ଦ୍ୱିଜେନ ନାଥ ପାଢ଼ି, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ମିଳିତ ଭାବେ ପ୍ରଦାନ କରିଥିଲେ । ଆଶୁତୋଷ ଏହି କୃତିତ୍ୱ ପାଇଁ ପାରଳାର ଅଗ୍ରୀଣ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ଭକ୍ତି ସଙ୍ଗୀତ ସଂସଦ,ପଦ୍ୟମୃତ ନୃତ୍ୟାୟନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =