ବୌଦ୍ଧ,୨୮/୮ – ଗତକାଲି ଘଣ୍ଟାପଡା ଗ୍ରାମରୁ ୪ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନର ସୂଚନା ପରେ ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ଘଣ୍ଟାପଡା ଗ୍ରାମକୁ ୩ ଦିନ ପାଇଁ ସର୍ଟ ଡାଉନ୍ କରିଥିବା ଜଣାପଡିଛି । ଆଜି ସକାଳ ୭ ଘଣ୍ଟା ଠାରୁ ଆସନ୍ତା ୩୧. ୮. ୨୦୨୦ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଘଣ୍ଟାପଡା ଗ୍ରାମ, ଘଣ୍ଟାପଡା ବଜାର ଛକ, ହସପିଟାଲ ଛକ ଓ ପୋଡା ପଦର ଗ୍ରାମକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ସଟ୍ଡାଉନ୍ ସମୟରେ ଏ ଅଂଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଓ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ଜରୁରୀ ସେବା ଯଥା ଔଷଧ ଦୋକାନ,ପେଟ୍ରୋଲ୍ ଓ ରନ୍ଧନ ଗ୍ୟାସ୍ ଯୋଗାଣ, ଶିଶୁ ଖାଦ୍ୟ ସଂଗ୍ରହକୁ ସଟ୍ଡାଉନରୁ ବାଦ ଦିଆଯାଇଛି । ଉକ୍ତ ସମୟ ମଧ୍ୟରେ କେହି ଘରୁ ନ ବାହାରିବାକୁ ଓ ଅଧିକ ଲୋକ ଏକାଠି ନ ହେବାକୁ ସରପଞ୍ଚ ଶ୍ରୀ ଦେହୁରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।