ବୌଦ୍ଧ, ୨୮/୮ – କଣ୍ଟାମାଳ ବ୍ଲକ୍ ପଲସାଗୋରା ଗ୍ରାମ ପଂଚାୟତର ବଘିଆବାହାଲ୍ ଗ୍ରାମରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ପାଇବା ପରେ ପଲସାଗୋରା ସରପଞ୍ଚ ସମୀର ମାଝୀ ବଘିଆବାହାଲ୍ ଓ ପଲସାଗୋରା ଗ୍ରାମକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଆଜି ସକାଳ ଘ. ୯. ୩୦ ମିନିଟ ସମୟରୁ ତା ୩୧. ୮. ୨୦୨୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ପଲସାଗୋରା ଓ ବଘିଆବାହାଲ୍ ଗ୍ରାମ ଏବଂ ତତସଂଲଗ୍ନ ୨୦୦ ମିଟର ଅବଧିକୁ ସଟ୍ଡାଉନ୍ ଘୋଷଣା କରାଯାଇଥିବା ଜଣାପଡିଛି । ଉଭୟ ଗ୍ରାମ ପରିସର ମଧ୍ୟରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସମେତ ଶନିବାର ପଲସାଗୋରା ସାପ୍ତାହିକ ହାଟ ସଂପୂର୍ଣ୍ଣ ବନ୍ଦ ରହିବ । ସଟ୍ଡାଉନ୍ ସମୟ ମଧ୍ୟରେ କେହି ଘରୁ ନ ବାହାରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । ଔଷଧ ଓ ଶିଶୁ ଖାଦ୍ୟ ଆଦି ସଂଗ୍ରହ ପାଇଁ କଟକଣା କୋହଳ କରାଯାଇଛି ।