ବୌଦ୍ଧ : ଖାଲୁଆ ଅଂଚଳରେ ପଶିଲା ମହାନଦୀ ପାଣି, ଲୋକେ ଛାଡିଲେ ଘର

0 1,854

ବୌଦ୍ଧ : ଲଗାଣ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଉଦ ସହର ଗାଈଗୋଠ ପଡିଆ ଭିତରକୁ ମହାନଦୀ ପାଣି ପଶିବା ଯୋଗୁଁ ୧୫ ଗୋଟି ପରିବାର ଓ ପୁରୁଣା ଫେରି ଘାଟ ନିକଟରେ ରହୁଥିବା ୭ ଗୋଟି ପରିବାର ଘର ଛାଡି ମାଳିସାହିର ଯାତ୍ରୀ ବିଶ୍ରାମକକ୍ଷରେ ଆଶ୍ରୟ ନେଇଛନ୍ତି । ସେହିପରି ବୌଦ୍ଧ ପଂଚାୟତ ମହା ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ବର୍ତ୍ତମାନ ଜଳ ଘେରରେ ରହିଛି ।

hiring

ବୌଦ୍ଧ-ହରଭଙ୍ଗା ପୁରୁଣା ଜଗନ୍ନାଥ ସଡକ ବିଭିନ୍ନ ସ୍ଥାନରେ ବିଚ୍ଛିନ୍ନ ହୋଇ ଯାଇଛି । କରଡି, ପାଣିଘରା ଆଦି ବିଭିନ୍ନ ସ୍ଥାନରେ ମହାନଦୀ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଜିଲ୍ଲାରେ ଶହ ଶହ କଚ୍ଚା ଘର ଭାଙ୍ଗି ଯାଇଥିବାରୁ ଲୋକେ ବାସଶୂନ୍ୟ ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ସୂଚନା ମିଳିଛି ।

ଜିଲ୍ଲାରେ ଲଗାଣ ବର୍ଷା ପରବର୍ତ୍ତୀ ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ରାଜସ୍ୱ ନିରୀକ୍ଷକମାନେ କ୍ଷୟକ୍ଷତିର ଆକଳନ କରୁଥିବା ଜଣାପଡିଛି । ସେହିପରି ଖାଲୁଆ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ନଦୀ ମଧ୍ୟରେ ବର୍ତ୍ତମାନ ପରିସ୍ଥିତିରେ ଯାତାୟତକୁ ବାରଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

1 × 2 =