ଆବୁଧାବିର କ୍ୱାରେଣ୍ଟାଇନ୍‌ ନିୟମକୁ ନେଇ ଅଡୁଆରେ କେକେଆର୍‌

0 102

ଆବୁଧାବି : ଆଇପିଏଲ୍‌-୨୦୨୦ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଇତିମଧ୍ୟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦୁବାଇରେ ପହଞ୍ଚି ସାରିଛନ୍ତି । ତେବେ ଆବୁଧାବିର ୧୪ଦିନିଆ କ୍ୱାରେଣ୍ଟାଇନ୍‌ ନିୟମକୁ ନେଇ ଏହି ଦୁଇ ଦଳ ଏବେ ଅଡୁଆରେ ପଡ଼ିଛନ୍ତି । ବାକି ଛଅଟି ଦଳ ଦୁବାଇରେ ପ୍ରଶିକ୍ଷଣ ଶିବିର କରିବା ଲାଗି ସୁବିଧାଜନକ ସ୍ଥିତିରେ ଥିବା ବେଳେ ଏହି ଦୁଇଟି ଦଳ କିନ୍ତୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ଦଳର ଖେଳାଳିମାନେ ହୋଟେଲ ରୁମ୍‌ରୁ ବାହାରି ପାରୁନାହାଁନ୍ତି । ସେମାନେ ଅଭ୍ୟାସ ପାଇଁ ଅତିରିକ୍ତ ସପ୍ତାହ ବା ସମୟ ଆବଶ୍ୟକ କରୁଛନ୍ତି । ଦୁବାଇରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍‌ ଏକାଦଶ ପଞ୍ଜାବ ଇତିମଧ୍ୟରେ ପ୍ରଶିକ୍ଷଣ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଅନ୍ୟମାନେ ଆଉ ଦୁଇ/ତିନି ଦିନ ପରେ ଏହି କାମ ଆରମ୍ଭ କରିବେ । ଦୁବାଇ ଓ ଆବୁଧାବିରେ ଭିନ୍ନ ଭିନ୍ନ କ୍ୱାରେଣ୍ଟାଇନ୍‌ ନିୟମ ରହିଛି । ଯେଉଁମାନେ ଦୁବାଇକୁ ଆସୁଛନ୍ତି, ସେମାନେ କରୋନା ନେଗେଟିଭ୍‌ ହୋଇଥିବା ଦରକାର । ପହଞ୍ଚିବା ବେଳେ ଓ ଯିବା ବେଳେ ସେମାନେ ନେଗେଟିଭ୍‌ ରହିବା ନିହାତି ଆବଶ୍ୟକ । ପହଞ୍ଚିବା ସମୟରେ ସେମାନଙ୍କର ଟେଷ୍ଟ କରାଯାଇଥାଏ । ଟେଷ୍ଟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଟେଷ୍ଟ ରିପୋର୍ଟ ଆସିବାର ଅବଧି ହେଉଛି ୪୮ ଘଣ୍ଟା । ଯଦି ଖେଳାଳିମାନେ ନେଗେଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିବ ନାହିଁ । କିନ୍ତୁ ପଜିଟିଭ୍‌ ଚିହ୍ନଟ ହେଲେ ସେମାନଙ୍କ ଲାଗି ସମସ୍ୟା ସୃଷ୍ଟି ହେବ । ଏଥିଲାଗି କେକେଆର ଓ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ବର୍ତ୍ତମାନ ରିପୋର୍ଟ ଆସିବାକୁ ଅପେକ୍ଷା କରିଛନ୍ତି । ଏହି କାରଣରୁ ସେମାନେ ଅଭ୍ୟାସ ମଧ୍ୟ ଠିକ୍‌ ଭାବରେ ଆରମ୍ଭ କରିପାରି ନାହାଁନ୍ତି ।

hiranchal ad1
Leave A Reply

Your email address will not be published.

eight + three =