ବୌଦ୍ଧ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ

0 1,675

ବୌଦ୍ଧ,୨୯/୮ – ଲଗାଣ ବର୍ଷା ଓ ହୀରାକୁଦ ନଦୀବନ୍ଧରୁ ବନ୍ୟା ଜଳ ନିଷ୍କାସନ ଯୋଗୁଁ ବୌଦ୍ଧ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ । ବୌଦ୍ଧରେ ବିପଦ ସଂକେତ ୮୭. ୭୦ ମିଟର ରହିଥିବା ବେଳେ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ୮୭. ୮୩ ମିଟର ଜଳ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି । ସେହିପରି ରାତି ୮ ଘଣ୍ଟା ସମୟରେ ୮୭. ୮୦ ମିଟର ଜଳ ପ୍ରବାହିତ ହେଉଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଆଶ୍ୱସ୍ତିର ବିଷୟ ଜଳ ପ୍ରବାହ କମୁଛି । ହେଲେ ବିପଦ ସଂକେତ ଉପରେ ବର୍ତ୍ତମାନ ମଧ୍ୟ ମହାନଦୀ ପ୍ରବାହିତ ହେଉଛି । ଲଗାଣ ବର୍ଷା ଓ ମହାନଦୀ ବନ୍ୟାରେ ଜିଲ୍ଲାର ବୌଦ୍ଧ ସହରର ୨ ଗୋଟି ୱାର୍ଡ ସମେତ ହରଭଙ୍ଗା ଓ ବୌଦ୍ଧ ବ୍ଲକର ୭ ଗୋଟି ଗ୍ରାମ ପଂଚାୟତର ୬୩୩୪ ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୫ ଗୋଟି ରିଲିଫ କେନ୍ଦ୍ରରେ ୪୮୫ ଜଣଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଅଛି । ଲଗାଣ ବର୍ଷା ଓ ପରବର୍ତ୍ତୀ ସମୟରେ ଜିଲ୍ଲାରେ ୧୫ ଗୋଟି ଘର ଗୁରୁତର କ୍ଷତି ହୋଇଥିବାବେଳେ ୫୬୭ ଗୋଟି ଘର ଆଂଶିକ କ୍ଷୟକ୍ଷତି ହୋଇଛି । ୧୫୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ପ୍ରଶାସନ ଆକଳନ କରିଛି ।

hiranchal ad1
Leave A Reply

Your email address will not be published.

twenty − eleven =