ଜରି ପାଇଁ ରାସ୍ତାରୋକ, ପ୍ରତିଶ୍ରୁତି ପରେ ଲୋକେ ହେଲେ ଶାନ୍ତ

0 1,220

ବୌଦ୍ଧ : ଗତ ଲଗାଣ ବର୍ଷାରେ ଜିଲ୍ଲାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ନାହିଁ । ରାଜସ୍ୱ ବିଭାଗ ପକ୍ଷରୁ ଘର ଉପରେ ଟାଣିବା ପାଇଁ ଯେଉଁ ଜରି ପାଲ ଦିଆଯାଏ ତାହା ମଧ୍ୟ ଲୋକଙ୍କୁ ମିଳୁନାହିଁ । ହରଭଙ୍ଗା ତହସିଲ ଅନ୍ତର୍ଗତ୍ ବୀରନରସିଂହପୁର ରାଜସ୍ୱ ନିରୀକ୍ଷକ ଲୋକଙ୍କୁ ଜରି ପାଲ ନ ଦେଇ ସବୁବେଳେ ଅନୁପସ୍ଥିତ ରହୁଥିବାରୁ ଆଜି ତାର ପ୍ରତିବାଦ କରି ବର୍ଷା କ୍ଷତିଗ୍ରସ୍ତ ଲୋକେ ବୀରନରସିଂହପୁର ନିକଟରେ ଜାତୀୟ ରାଜପଥ ନମ୍ବର୍ ୫୭କୁ ଅବରୋଧ କରିଥିଲେ । ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ପ୍ରାୟ ଘଣ୍ଟାଏ ଧରି ଜାତୀୟ ରାଜପଥରେ ଅନେକ ଯାନବାହାନ ଅଟକି ରହିଥିଲା । ଖବର ପାଇ ବୌଦ୍ଧ ଥାନା ପୋଲିସ୍ ଓ ହରଭଙ୍ଗା ଅତିରିକ୍ତ ତହସିଲଦାର ହରି ଓଁ ଭୋଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରାଇଥିଲେ । ଆସନ୍ତାକାଲିଠାରୁ ପଂଚାୟତ ସ୍ତରରେ ଘରଭଙ୍ଗା ଜରି ପାଲ ବଣ୍ଟନ କରାଯିବ ବୋଲି ଶ୍ରୀ ଭୋଇ ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ ହଟାଇ ଥିଲେ ।

hiranchal ad1
Leave A Reply

Your email address will not be published.

4 + four =