୪ଘଣ୍ଟା ପରେ ପଥର ସନ୍ଧିରୁ ଉଦ୍ଧାର ହେଲେ ବାଳକ

0 1,802

ହରଭଙ୍ଗା : ହରଭଙ୍ଗାବ୍ଲକ ତିଲେଶ୍ୱର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା । ଏହି ଖବର ସୂଚନା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାପ୍ରଶାସନ, ଓଡ୍ରାଫ ଟିମ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ବାଳକ ଜଣକ ଉଦ୍ଧାର ହୋଇଥିଲେ ।

hiring

ଦୀର୍ଘ ୪ ଘଣ୍ଟା ଧରି ବାଳକ ଜଣକ ପଥର ସନ୍ଧିରେ ଫଶି ରହିଥିଲେ ।
ସୂଚନାମତେ ଗ୍ରାମର ସାରସ୍ୱତ ନାଏକଙ୍କ ସାନ ପୁଅ ନୀଳମଣି ନାଏକ ୭ ବର୍ଷର ବାଳକ ଅନ୍ୟ ସାଙ୍ଗମାନଙ୍କ ସହ ଦିନ ୧୧ଟାରେ ଗାଧୋଇବାକୁ ଯାଇଥିବା ସମୟରେ କୌଣସି କାରଣରୁ ପିଲାଟି ପାଣି ସ୍ରୋତରେ ଭାସିଯାଇ ଏକ ପଥର ସନ୍ଧିରେ ଗୋଡଟି ପଶିଯାଇଥିଲା । ଫଳରେ ପିଲାଟି ସେଠାରୁ ବାହାରିପାରି ନଥିବାରୁ ଚିତ୍କାର କରି ଡାକିବାରୁ ପାଖରେ ଗାଧୋଉଥିବା ଲୋକ ଦୌଡି ପିଲାକୁ ଉଦ୍ଧାର କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ୍ୟ ବିଫଳ ହୋଇଥିଲେ । ପରେ ଚାରିଛକ ଦମକଳ ବାହିନିକୁ ଡାକିଥିଲେ ମଧ୍ୟ୍ୟ ଦମକଳ ବାହିନୀ ପଥର ସନ୍ଧିରୁ ପିଲାକୁ କାଢିବାରେ ନାକେଦମ ହୋଇଥିଲା । ପରେ ଓଡ୍ରାଫ୍ ଓ ଗ୍ରାମବାସି ଜେସିବି ସାହାଯ୍ୟରେ ଉଦ୍ଧାର କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 + eight =