ପାଞ୍ଚଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ଅଟୋ ଓ ବାଇକ୍‌ ଜବତ, ଦୁଇଜଣ ଚାଲାଣକରୀ ଗିରଫ

0 309

ବାଲିଗୁଡ଼ା,୩/୯: ଗଞ୍ଜେଇ ଚୋରାଚାଲାଣବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ । କୋରୋନା କଟକଣା ଯୋଗୁଁ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ମୋଟର ଚାଲୁଥିବା ବେଳେ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ରୋକିବା ସହ ଗଞ୍ଜେଇ ମାଫିଆଙ୍କ ଉପରେ କଡ଼ା ନଜର ମଧ୍ୟ ରଖିଛି ବାଲିଗୁଡ଼ା ପୋଲିସ୍‌ । ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଖରୀବନ୍ଧ ନିକଟ ଘଞ୍ଚ ଜଙ୍ଗଲ ରାସ୍ତାରୁ ୧୦୪କେଜି ଗଞ୍ଜେଇ ସହ ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ଅଟୋ ଓ ଗୋଟିଏ ମୋଟରସାଇକେଲକୁ ଜବତ କରିଛି ପୋଲିସ୍‌ । ଘଟଣାରେ ଦୁଇଜଣ ଚାଲାଣକରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ବାଲିଗୁଡ଼ା ଅଞ୍ଚଳରୁ ଅନୁଗୁଳ ଜିଲ୍ଲାକୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ସେପଟେ ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ,ଜେମେସ କୁମାର ସାହୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳର ସୁବାଷ ମଲ୍ଲିକ ହୋଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

twenty + 17 =