ନ୍ୟୁୟର୍କ : ଏଠାରେ ଚାଲିଥିବା ୟୁଏସ୍ ଓପନ୍ରେ ଟେନିସ୍ ତାରକା ନୋଭାକ୍ ଜୋକୋଭିକ୍ ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟରେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସେ ତାଙ୍କର ପ୍ରତିପକ୍ଷ ବ୍ରିଟେନର କାଇଲ୍ ଏଡଗଣ୍ଟଙ୍କୁ ୬-୭ (୫/୭, ୬/୩), ୬/୪), (୬/୨)ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପରେ ଜୋକୋଭିକ୍ କହିଛନ୍ତି ଯେ, ୟୁଏସ୍ ଓପନ ମୋ ପାଇଁ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ । ଏହାକୁ ସବୁବେଳେ ମର୍ଯ୍ୟାଦାର ସହ ଗ୍ରହଣ କରିଥାଏ । ପ୍ରତିପକ୍ଷ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ । କେତୋଟି ଗେମ୍ରେ ମୋତେ ସଂଘର୍ଷ କରିବାକୁ ପଡ଼ିଥିଲା । ଦୀର୍ଘ ସମୟର ସଂଘର୍ଷ ପରେ ପ୍ରତିପକ୍ଷ ଏଡମଣ୍ଡଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଜଣେ ଦକ୍ଷ ଖେଳାଳିଙ୍କୁ ସାମ୍ନା କରିବାକୁ ଯାଉଥିବାରୁ ଏହା ମୋ ପାଇଁ ଚ୍ୟାଲେଞ୍ଜ୍ର ବିଷୟ ହେବ । ସେହିପରି, ପୂର୍ବତନ ନଂ-୧ ଖେଳାଳି ଆଣ୍ଡି ମରେଙ୍କ ଖେଳ ଥିଲା ଦ୍ୱିତୀୟ ଦିନର ମୁଖ୍ୟ ଆକର୍ଷଣ । ଜାପାନର ୟୋଶିହିତୋ ନିଶିଓକାଙ୍କଠାରୁ ପ୍ରଥମ ଦୁଇଟି ସେଟ୍ ୪-୬, ୪-୬ରେ ହାରିଯିବା ସତ୍ତେ୍ୱ ମରେ ଏଥିରେ ନିରୁତ୍ସାହିତ ନହୋଇ ଲଢୁଆ ଖେଳିଥିଲେ ଓ ୫ ମ୍ୟାଚ୍ ବିଶିଷ୍ଟ ସେଟ୍ରେ ୩-୨ରେ ବିଜୟୀ ହୋଇଥିଲେ । ଆଘାତ ଜନିତ କାରଣରୁ ଗତ ଦୁଇବର୍ଷ ହେଲା ଭଲ ଖେଳି ପାରୁ ନଥିବା ମରେ ଶେଷ ୩ଟି ସେଟ୍କୁ ୭-୬, ୭-୬, ୬-୪ରେ ଜିତି ଆତ୍ମବିଶ୍ୱାସ ଫେରିପାଇବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବାରେ ସମର୍ଥ ହୋଇଛନ୍ତି । ସେହିପରି ନଂ-୨ ସିଡ୍ ଅଷ୍ଟ୍ରିଆର ଡୋମିନିକ୍ ଥିମ୍ଙ୍କ ବିପକ୍ଷ ଖେଳାଳି ଜାଉମେ ମୁନାର ରିଟାୟର୍ଡ ହର୍ଟ ହେବାରୁ ସେ ବିଜୟୀ ଘୋଷିତ ହୋଇଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ଭାରତର ସୁମିତ ନାଗଲଙ୍କ ସହ ମୁକାବିଲା କରିବେ । ନଂ-୩ ସିଡ୍ ରୁଷିଆର ଡାନିଲ ମେଡଭେଡେଭ୍ ୬-୧, ୬-୨, ୬-୪ ସିଧାସଳଖ ସେଟ୍ରେ ଏଫ୍ ଡେଲବୋନିସ୍ଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ତାଙ୍କ ପଛକୁ ୬ଷ୍ଠ ସିଡ୍ ଏମ୍ ବେରେଟିନି, ୮ମ ସିଡ୍ ରବର୍ଟ ବୌଟିଷ୍ଟା ଅଗୁଟ ବିଜୟୀ ହୋଇଛନ୍ତି ।