ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ବାଇକରେ ବୁହା ହେଲେ ଗୁରୁତର ଆହତ

0 1,288

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ରାସ୍ତାଘାଟ ଅବସ୍ଥା ସବୁବେଳେ ଚର୍ଚ୍ଚାରେ । ବର୍ଷାଦିନେ ଜିଲ୍ଲାର ୬୦ ପ୍ରତିଶତ ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ପାରେ ନାହିଁ । ଆଜି ସେଭଳି ଗୋଟିଏ ଘଟଣା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତ ଶରଧାପୁର ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଶରଧାପୁର୍ ଗ୍ରାମର ଜଣେ ନାବାଳକ କୌଣସି କାରଣରୁ ନିଜ ଘରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ତୁରନ୍ତ ମନମୁଣ୍ଡା ଡାକ୍ତରଖାନାର ଆମ୍ବୁଲାନ୍ସ ଖବର୍ ପାଇ ଆସିଥିଲା କିନ୍ତୁ ରାସ୍ତା ଖରାପ ଯୋଗୁଁ ଆଗକୁ ଯାଇ ପାରିବ ନାହିଁ ବୋଲି ପ୍ରାୟ ୨ କିଲୋମିଟର ଦୂର ଟୋକେଇପାଲି ଗାଆଁ ଛକ ନିକଟରେ ଅଟକି ରହିଲା । ଆଗକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ବିଦ୍ୟୁତ୍ ଆଘାତରେ ଗୁରୁତର ଥିବା ବାଳକକୁ ଗୋଟିଏ ବାଇକ ଯୋଗେ ବଡ଼ କଷ୍ଟରେ ଆମ୍ବୁଲାନ୍ସ ଯାଏଁ ଦୁଇ କିଲୋମିଟର୍ ଅଣାଯାଇଥିଲା । ତାପରେ ସେଠାରୁ ଆମ୍ବୁଲାନ୍ସରେ ମନମୁଣ୍ଡା ଡାକ୍ତରଖାନା ଆସିଥିଲେ ।
କେବଳ ଆଜିର ଘଟଣା ନୁହେଁ ପ୍ରତିଦିନ ଅନେକ ଗାଆଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ଅନେକ ରୋଗୀ ବାଇକ, ସାଇକଲ ଓ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସୁଥିବାର ଦୃଶ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ମାନେ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twelve − 3 =