ବଲାଙ୍ଗୀର,୪/୯- ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅଧସ୍ତନ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ସରକାର ବଲାଙ୍ଗୀର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ନିଲମ୍ବନ କରାଯିବା ସହ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାଟର ନ ଛାଡିବାକୁ ନିର୍ଦ୍ଦେର୍ଶ ଦିଆଯାଇଛି । ଅଭିଯୋଗ ଅନୁସାରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦିନ ଗୋଟାଏ ସମୟରେ ନିଜ ପ୍ରକୋଷ୍ଠକୁ ଡାକି ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିଲେ । କୌଣସିମତେ ଖସିଆସି ମହିଳା କର୍ମଚାରୀ ଅଫିସ ଆସିବା ବନ୍ଦ କରି ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ସହ ନିଜକୁ ଅନ୍ୟତ୍ର ବଦଳି ପାଇଁ ଅନୁରୋଧ କରିଥିଲେ । ଏପରିକି କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମହତ୍ୟା କରିବେ ବୋଲି ଉଲ୍ଲେଖ କରିଥିଲେ । ଏହି ଘଟଣାକୁ ତିନି ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ଜବରଦଖଲ ଉଚ୍ଛେଦ ଯୋଗୁଁ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ ସଫେଇ ଦେଇଛନ୍ତି ।