ରାଜ୍ୟରେ ପୁଣି ୩୮୬୧ ପଜିଟିଭ ଚିହ୍ନଟ, କରୋନା ନେଲା ଆଉ ୧୦ ମୁଣ୍ଡ

0 119

ଭୁବନେଶ୍ୱର: ରାଜ୍ୟରେ ଦିନକୁ କରୋନା ଗ୍ରାଫ୍ ତଳ ମୁହାଁ ହେବା ପରିବର୍ତ୍ତେୀ ଉପର ମୁହାଁ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୬କୁ ବୃଦ୍ଧି ପାଇଛି ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, କଟକ, କଳାହାଣ୍ଡି, କୋରାପୁଟ , ନୟାଗଡ଼ ଓ ରାୟଗଡ଼ାରୁ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୭୮ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୮୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୫ଜଣ, ବରଗଡ଼ ଜିଲ୍ଲାରୁ ୧୭୬ଜଣ, ଭଦ୍ରକ ଜିଲ୍ଲାରୁ ୭୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୫ଜଣ, ବୌଦ୍ଧ ଜିଲ୍ଲାରୁ ୨୨ଜଣ, କଟକ ଜିଲ୍ଲାରୁ ୩୮୬ଜଣ, ଦେଓଗଡ଼ ଜିଲ୍ଲାରୁ ୧୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୪ଜଣ, ଗଜପତି ଜିଲ୍ଲାରୁ ୧୪ଜଣ, ଗଞ୍ଜାମ ଜିଲ୍ଲାରୁ ୯୧ଜଣ, ଜଗତସିଂହପୁର ଜିଲ୍ଲାରୁ ୮୬ଜଣ, ଯାଜପୁର ଜିଲ୍ଲାରୁ ୨୮୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯୯ଜଣ, କଳାହାଣ୍ଡି ଜିଲ୍ଲାରୁ ୨୮ଜଣ, କନ୍ଧମାଳ ଜିଲ୍ଲାରୁ ୨୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୩ଜଣ, କେନ୍ଦୁଝର ଜିଲ୍ଲାରୁ ୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୬୭ଜଣ, କୋରାପୁଟ ଜିଲ୍ଲାରୁ ୮୬ଜଣ, ମାଲକାନଗିରି ଜିଲ୍ଲାରୁ ୩୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୪ଜଣ, ନୟାଗଡ଼ ଜିଲ୍ଲାରୁ ୫୭ଜଣ, ନୂଆପଡ଼ା ଜିଲ୍ଲାରୁ ୪୮ଜଣ, ପୁରୀ ଜିଲ୍ଲାରୁ ୨୦୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୩ଜଣ, ସମ୍ବଲପୁର ଜିଲ୍ଲାରୁ ୭୭ଜଣ, ସୋନପୁର ଜିଲ୍ଲାରୁ ୧୧୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୬ଜଣ ଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୧୪୦ଜଣ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୯୧୯ ଟି ଆକ୍ଟିଭ୍‌? କେସ୍‌? ରହିଥିବା ବେଳେ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୧୪୩୫୬୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

hiranchal ad1
Leave A Reply

Your email address will not be published.

three + 13 =