ପୁଣି ରାଜ୍ୟରେ ୩୪୯୦ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲେ ଆଉ ୧୩ ମୁଣ୍ଡ

0 91

ଭୁବନେଶ୍ୱର: ରାଜ୍ୟରେ ୩,୪୯୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୦୯୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୩୯୬ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୯୨ଜଣ, ବରଗଡ଼ ଜିଲ୍ଲାରୁ ୮୧ଜଣ, ଭଦ୍ରକ ଜିଲ୍ଲାରୁ ୮୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧୦ଜଣ, ବୌଦ୍ଧ ଜିଲ୍ଲାରୁ ୨୫ଜଣ, କଟକ ଜିଲ୍ଲାରୁ ୩୭୬ଜଣ, ଦେଓଗଡ଼ ଜିଲ୍ଲାରୁ ୨୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୧ଜଣ, ଗଜପତି ଜିଲ୍ଲାରୁ ୫୩ଜଣ, ଗଞ୍ଜାମ ଜିଲ୍ଲାରୁ ୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୯୧ଜଣ, ଯାଜପୁର ଜିଲ୍ଲାରୁ ୧୭୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦୩ଜଣ, କଳହାଣ୍ଡି ଜିଲ୍ଲାରୁ ୩୯ଜଣ, କନ୍ଧମାଳ ଜିଲ୍ଲାରୁ ୮୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୫୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୩୫ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୨୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦ଜଣ, ନୟାଗଡ଼ ଜିଲ୍ଲାରୁ ୩୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୨ଜଣ, ପୁରୀ ଜିଲ୍ଲାରୁ ୨୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୬ଜଣ, ସମ୍ବଲପୁର ଜିଲ୍ଲାରୁ ୮୫ଜଣ, ସୋନପୁର ଜିଲ୍ଲାରୁ ୧୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୪ଜଣ, ଷ୍ଟେଷ ପୋଲରୁ ୧୦୨ଜଣ ରହିଛନ୍ତି
ଅନ୍ୟପଟେ କରୋନା ଯୋଗୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ପୁରୀରୁ ସର୍ବାଧିକ ୩, ମୟୁରଭଞ୍ଜ, ଗଞ୍ଜାମ ଓ ରାୟଗଡାରୁ ୨ଲେଖାଏଁ, ଭୁବନେଶ୍ୱର, କଟକ, ସୋନପୁର ଓ କନ୍ଧମାଳ ଜିଲ୍ଲାରେ ଜଣେ ଲେଖାଏଁ ରହିଛନ୍ତି । ଫଳରେ ମୋଟ ମୃତକଙ୍କ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧ଲକ୍ଷ ୮୪ ହଜାର ୮୪୧ଟି କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୩୧ ହଜାର ୩୮୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେଥିମଧ୍ୟରୁ ୯୯ଲକ୍ଷ ୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୬୯ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୩୧ ହଜାର ୩୬୨ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

3 × 2 =