ବୌଦ୍ଧ : ଗୋଟିଏ ଦିନରେ ଅର୍ଦ୍ଧଶତକ ଡେଇଁଲା କରୋନା, ପହଞ୍ଚିଲା ୯୨୬ରେ

0 3,462

ବୌଦ୍ଧ : ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ଅର୍ଦ୍ଧ ଶତକ ଡେଇଁଛି କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୨୬ ରେ ପହଞ୍ଚିଛି ।
ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ୫୮ ଜଣ କରୋନା ପଜିଟିଭ ମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୩୮ ଜଣ, ହରଭଙ୍ଗା ବ୍ଲକ୍ ସରସରା ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମରୁ ୧ ଜଣ, ରାଧାନଗର୍ ଗ୍ରାମ ପଂଚାୟତର ଚନ୍ଦନନଗର ଗ୍ରାମରୁ ୨ ଜଣ, ଆଡେନିଗଡ ଗ୍ରାମରୁ ୩ ଜଣ, ପୁରୁଣାକଟକ ଗ୍ରାମରୁ ୧ ଜଣ, ଚାରିଛକରୁ ୩ ଜଣ, ବୌଦ୍ଧ ବ୍ଲକ୍ ଗୁନ୍ଦୁଲିଆ ଗ୍ରାମରୁ ୧ ଜଣ, ବାଉଁଶୁଣି ଗ୍ରାମରୁ ୧ ଜଣ, ବାଉଁଶୁଣି ଥାନାରୁ ୧ ଜଣ, ମୁର୍ଶୁଣ୍ଢି ଗ୍ରାମ୍ ପଂଚାୟତର ଗମ୍ଭାରୀପଦର ଗ୍ରାମରୁ ୧ ଜଣ, ପଲାସ ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଂଚାୟତର ଚନ୍ଦ୍ରପୁର ଗ୍ରାମରୁ ୧ ଜଣ, ବଘିଆପଡା ପଂଚାୟତର ଏରେଡା ଗ୍ରାମରୁ ୧ ଜଣ, ଟିକରପଡା ଗ୍ରାମ ପଂଚାୟତର ବୁରଗୋରା ଗ୍ରାମରୁ ୧ ଜଣ ଓ ବଢିଗାଆଁ ଗ୍ରାମରୁ ୧ ଜଣ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three × 3 =