ସାର ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଲେ ଚାଷୀ

0 1,146

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ଯୋଗୁଁ ଚାଷୀ ସାର ପାଉନଥିବା ଅଭିଯୋଗ କରିବା ସହ ଆବଶ୍ୟକ ସାର ଯୋଗାଇ ଦେବା ଦାବିରେ ଆଜି ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ନାଏକପଡା ଓ ରଘୁନାଥ ପୁର୍ ଗ୍ରାମର ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କୁ ସାର ଯୋଗାଇ ଦେବା ପାଇଁ ଦାବୀ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚାଷୀ ମାନଙ୍କୁ ଆଶ୍ୱାସନା କିମ୍ବା ପ୍ରତିଶ୍ରୁତି ଦେବା ବଦଳରେ ନିଜ ଦାୟିତ୍ୱରୁ ଓହରି ଯିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରି ଚାଷୀ ମାନେ ବହୁ ସମୟ ଧରି କାର୍ଯ୍ୟାଳୟର ଫାଟକ ନିକଟରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଥିଲା । ବରିଷ୍ଠ କୃଷକ ନେତା ସୁଶାନ୍ତ କୁମାର ବାଘ ଚାଷୀମାନଙ୍କ ସହ ଯୋଗ ଦେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − ten =