କ.ନୂଆଗାଁ-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଅଧିନସ୍ଥ ବଣ୍ଡଗୁଡା ପଞ୍ଚାୟତର କୃଷ୍ଣଚନ୍ଦ୍ର ସାହୁଙ୍କ ବାସଗୃହଟି ଗତ ଲଘୁଚାପ ବର୍ଷାରେ କାନ୍ଥ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଗତ ୦୯/୦୮/୨୦୨୦ ତାରିଖରେ ହୀରାଞ୍ଚଳରେ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ କ.ନୂଆଗାଁ ତହସିଲଦାର ଶଶାଙ୍କ ଶେଖର ପାତ୍ର କୃଷ୍ଣଚନ୍ଦ୍ରଙ୍କ ପରିବାର ନିକଟରେ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରିଥିଲେ । ଆଜି କ.ନୂଆଗାଁ ତହସିଲଦାରଙ୍କ କାର୍ଯ୍ୟାଳୟ ତରଫରୁ ପତ୍ରାଙ୍କ ନଂ-୨୩୪୫ତା ୦୮/୦୯/୨୦୨୦ ରିଖ ପ୍ରକାରେ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ୧,୦୫,୭୦୦/-(ଏକଲକ୍ଷ ପାଞ୍ଚହଜାର ସାତସହ ଟଙ୍କା)ର ସହାୟତା ପ୍ରଦାନ କରାଯାଇଛି । ଆଜି କ.ନୂଆଗାଁ ତହସିଲଦାର କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ସାକ୍ଷାତ କରି ସହାୟତା ସମ୍ପର୍କରେ ଜଣାଇବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି ।ଏଥି ନିମନ୍ତେ କୃଷ୍ଣଚନ୍ଦ୍ରଙ୍କ ପରିବାର ଓଡିଶା ସରକାର, କନ୍ଧମାଳ ଜିଲ୍ଲାପାଳ, କ.ନୂଆଗାଁ ତହସିଲଦାର,ବଣ୍ଡଗୁଡାର ସମାଜସେବୀ ବିଜୟ କୁମାର ସାହୁ ଓ ହୀରାଞ୍ଚଳ ପ୍ରତିନିଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।