ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିନ୍ହଟ ହେବା ଚିନ୍ତାର ବିଷୟ ପାଲଟିଛି । କରୋନା ଥମିବାର୍ ନାମ ଧରୁନାହିଁ । ଆଜି ପୁଣି ଜିଲ୍ଲାର ବିଭିନ୍ନ ଅଂଚଳରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୪୧ ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ୍ ୯୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଯେଉଁ ହାରରେ ଜିଲ୍ଲାରେ ପ୍ରତିଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି ଆଉ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧ ହଜାର ପାର କରିବ ତାହା ନିଃସନ୍ଦେହ ।
ଆଜି ପଜିଟିଭ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୨୪ ଜଣ, ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢି ଗ୍ରାମ ପଂଚାୟତର ଗମ୍ଭାରୀପଦର ଗ୍ରାମରୁ ୧ ଜଣ ବାଉଁଶୁଣି ଥାନାର କର୍ମଚାରୀ ୬ ଜଣ, କଣ୍ଟାମାଳ ବ୍ଲକ୍ ତୁଣ୍ଡମାଲ୍ ଗ୍ରାମରୁ ୧ ଜଣ, ରତାଖଣ୍ଡି ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ଚାରିଛକ ଗ୍ରାମରୁ ୨ ଜଣ, କରଞ୍ଜକଟା ଗ୍ରାମରୁ ୧ ଜଣ, ବୀରରାମଚନ୍ଦ୍ରପୁର୍ ଗ୍ରାମରୁ ୨ ଜଣ, ସରସରା ଗ୍ରାମ ପଂଚାୟତର ମାଉଲୀସିଙ୍ଗା ଗ୍ରାମରୁ ୧ ଜଣ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଜଣ ବାହାର ସ୍ଥାନରେ ପରୀକ୍ଷା କରିଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳି ପାରିନାହିଁ ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post