ଶୌଚାଳୟ ନିର୍ମାଣରେ ଦୁର୍ନୀତି ଅଭିଯୋଗ

0 165

କଣ୍ଟାବାଞ୍ଜି,୧୧/୯- ଆମ ଦେଶ ଭାରତକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ୨୦୧୪ ରେ ରାଷ୍ଟ୍ର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ପାରିତ ହୋଇଥିଲା ଏହି ଶୌଚାଳୟ ଅଭିଯାନ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତକୁ ସ୍ୱଚ୍ଛ଼ ଓ ସୁନ୍ଦର ରଖିବା । ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀ ଛୋଟ ଛୋଟ ଗାଁ କୁ ମଧ୍ୟ ପ୍ରାଥମିକତା ଦେଇ ପ୍ରତ୍ୟେକ ପରିବାର ଶୌଚାଳୟ ନିର୍ମିତ ପାଇଁ ୧୨୦୦୦ ଟଙ୍କା ବ୍ଲକସ୍ତରରେ ଦିଆଯାଇଥିଲା । କିନ୍ତୁ ଏହି ଅଭିଯାନ ଅନ୍ତର୍ଗତ ନିର୍ମିତ ଶୌଚାଳୟ ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ତୁରୀକେଲା ବ୍ଲକ କମେଇମୁଡା ପଂଚାୟତ ପଖନମୁଡା ଗ୍ରାମବାସୀ । ଏହି କ୍ରମେ ନିର୍ମିତ ଶୌଚାଳୟ ଘର ସମ୍ପୂର୍ଣ୍ଣ ନହୋଇ ଅର୍ଦ୍ଧନିର୍ମିତ ହୋଇ ପଡିରହିଛି । କାହାର ଶୌଚାଳୟର ଛାତ ପଡିନି ତ କାହାର ଲାଟ୍ରିନ ସିଟ୍‌ ଲାଗିନାହି, ଆଉ କେଉଁଠି ମୋଡ ୱେଲ ତିଆରି ହୋଇନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ଏସବୁକୁ ତଦାରଖ କରି ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × three =