ଚକ ଫାଟି ରାସ୍ତା ଉପରେ ଓଲଟିଲା ଔଷଧ ବୋଝେଇ ଟ୍ରକ

0 2,702

ବୌଦ୍ଧ – ଆଜି ସକାଳ ପ୍ରାୟ ଘ.6. 45 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଔଷଧ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ମଝିରେ ଓଲଟି ପଡିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଔଷଧ ବୋଝେଇ କରି ବଲାଙ୍ଗୀର ଯାଉଥିବା ଓଡି 02 ଏ ଏମ 1421 ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ବାହାଲ ପୋଲ ନିକଟରେ ପଛ ଚକ ଫାଟି ଯିବାରୁ ଓଲଟି ପଡିଥିଲା l ଟ୍ରକରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରକ ରାସ୍ତା ମଝିରେ ଓଲଟି ପଡିଥିବାରୁ ରାସ୍ତାରେ ଯାନବାହାନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l

hiranchal ad1
Leave A Reply

Your email address will not be published.

16 + 1 =