ପାରଳାଖେମୁଣ୍ଡି,୧୪/୯- ବର୍ତ୍ତମାନ ସବୁଠାରେ ପିତୃପକ୍ଷ ପାଳନ ଚାଲିଛି ରୋଷେଇ ହେଉ କି ଛଞ୍ଚ । ଦେବାପାଇଁ ହେଉ ପିତୃ ପକ୍ଷ ଶ୍ର ।ଦ୍ଧ ବେଳେ ଅଧିକା ପନିପରିବା ଆବଶ୍ୟକ ହୁଏ ଏଣୁ ବର୍ତ୍ତମାନ ସ୍ଥିତିରେ ପାରଳାଖେମୁଣ୍ଡି ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଆଳୁ କେଜି ୩୫, ପିଆଜ ୨୫ ଟମାଟୋ ୬୦,ବିନ୍ସ ୮୦ କଲରା ୪୦ ଜହ୍ନି୪୦ ସାରୁ ୪୦ ବୋଇତି କଖାରୁ ୪୦ ମୂଳା୪୦ ଦେଶୀକାଙ୍କଡ଼ ୧୨୦ ଭେଣ୍ଡି୪୦ ବାଇଗଣ ୪୦ ପୋଟଳ୮୦ ମୁନିକା ୮୦ କନ୍ଦମୂଳ୮୦ ବଜାରରେ ମୂଲ୍ୟ କେଜି ପିଛା ରହିଥିବା ବେଳେ ସାଧାରଣ ଖାଉଟି ପନି ପରିବା କିଣିବାକୁ କଷ୍ଟକର ହୋଇପଡିଛି । ସାଧାରଣତଃ ମଧ୍ୟବିତ୍ତ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବଜାରକୁ ୫୦୦ଟଙ୍କାନେଇ ଗଲେ ବ୍ୟାଗ ମଧ୍ୟ ଭର୍ତ୍ତି ହେଉନାହିଁ । ସାଧାରଣତଃ ଲୋକେ କେଜିଏ ବଦଳରେ ପାଏ ଅଧ କେଜିରେ କାମ ଚଳାଉଛନ୍ତି । ଏପରିକି ବଜାରରେ ଓଜନରେ ଗ୍ରାହକଙ୍କୁ ଠିକ ଓଜନ ପାଇ ପାରୁନଥିବା ଅଭିଯୋଗ ହେଉଛି । ମାପ ଓଜନ ବିଭାଗ ଏଠାରେ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହେଉଛି ।