ପାରଳାଖେମୁଣ୍ଡି ସହରରେ ବୁଲାକୁକୁର ଉପଦ୍ରବ

0 83

ପାରଳାଖେମୁଣ୍ଡି,୧୫/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁଦିନ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଯାହାଫଳରେ ଜନ ସାଧାରଣ ଯିବା ଆସିବା କରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ମାଳ ମାଳ କୁକୁର ଦେଖିବାକୁ ମିଳିଛି । ସହରରେ ପ୍ରାତଃ ଭ୍ରମଣ ବେଳେ ବରିଷ୍ଠ ନାଗରିକ ମାନେ ଯିବା ଆସିବା କରିବା ବେଳେ ଭୟଭୀତ କରୁଛନ୍ତି । ସହରରେ କୁକୁର ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ରୁ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ହେଉଅଛି । ସହରରେ ଯିବା ଆସିବା କରିବା ସମୟରେ କୁକୁର ଭୁକି କାମୁଡି ବାକୁ ଗୋଡାଉ ଛନ୍ତି । ସହରରେ କିଛି ଲୋକଙ୍କୁ କୁକୁର କାମୁଡାରେ ଆକ୍ରାନ୍ତମଧ୍ୟ ନଜର ରହିଛି । ଏଥିପ୍ରତି ପୌର ପରିଷଦ ଦୀର୍ଘ ଦିନ ହେଲା କୌଣସି ପଦକ୍ଷେପ ବା ଏହାର ସ୍ଥାୟୀ ସମାଧାନ ସକାଶେ ପଦକ୍ଷେପ ନନେଇ ହାତ ବାନ୍ଧି ବସିଛନ୍ତି ଫଳରେ ସହରରେ ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ହେଉ କିମ୍ବା ନଗର ଉନ୍ନୟନ ବିଭାଗ ଶୁଭ ଦୃଷ୍ଟି ଦେଲେ ଜନ ସାଧାରଣର ଉପକୃତ ହୁଅନ୍ତେ ।

hiranchal ad1
Leave A Reply

Your email address will not be published.

seventeen − ten =