ପାରଳାଖେମୁଣ୍ଡିରେ ୧୬ରୁ ତିନିଦିନିଆ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ

0 147

ପାରଳାଖେମୁଣ୍ଡି,(ହୀ.ପ୍ର): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମ୍‌ଆରସି) ତଥା ଜିଲ୍ଲା ପ୍ରଶାସନର ମିଳିତ ଭାବେ ଆୟୋଜନ କରିବେ । ଆରଏମ୍‌ଆରସି ତରଫରୁ ଅଭିଜ୍ଞ ବୈଜ୍ଞାନିକ, ଡାକ୍ତର ଓ ଗବେଷକମାନଙ୍କୁ ନେଇ ୧୬ଜଣିଆ ଟିମ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପରିଚାଳନା କରିବେ । ଏଥି ନିମ୍‌ତେ ପୌରାଞ୍ଚଳର ୧୬ଗୋଟି ୱାର୍ଡକୁ ନେଇ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତି କ୍ଲଷ୍ଟରରୁ ଅନ୍ୟୁନ ୫୦ଜଣ ବ୍ୟକ୍ତିଙ୍କଠାରୁ ରକ୍ତ ନମୂନା ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଲାବୋରଟୋରୀ ଟେକ୍ନିସିଆନ, ଷ୍ଟାଫ୍ ନର୍ସ, ଆଶା, ଅଙ୍ଗନବାଡି କର୍ମୀ ଏବଂ ପୌରାଞ୍ଚଳରୁ ଗୋଷ୍ଠୀ ସଂଗଠିକା ଏବଂ ସ୍ୱଚ୍ଛସାଥୀମାନେ ସାମିଲ ହୋଇ ସହାୟତା କରିବେ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

hiranchal ad1
Leave A Reply

Your email address will not be published.

eight + 15 =