କିଡ୍‌ନୀ ରୋଗରେ ଦେବାର ଶଯ୍ୟାଶାୟୀ : ସ୍ତ୍ରୀ ଯାଇଛି ଦାଦନ ଖଟି, ଭୋକଉପବାସରେ ପରିବାର

0 126

ହରଭଙ୍ଗା : ଇତି ମଧ୍ୟରେ ହରଭଙ୍ଗା ବ୍ଲକ ଅଂଚଳରେ କିଡନୀ ରୋଗରେ ବହୁ ସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ୬ ବର୍ଷ ମଧ୍ୟରେ ୩ଶହରୁ ଉର୍ଦ୍ଧ୍ୱ କିଡନୀ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେହିପରି ଏବେବି ବହୁ କିଡନୀ ରୋଗୀ ଉପଯୁକ୍ତ ଚିକିତ୍ସା ଓ ଔଷଧ ପାଇନପାରି ଖଟରେ ପଡି ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ଏମିତି ଜଣେ ବ୍ୟକ୍ତି ହେଲେ ହରଭଙ୍ଗା ପଞ୍ଚାୟତର ଦେବାର ବେହେରା(୫୨) । ସେ ୨ ବର୍ଷ ଧରୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ନପାଇ ଘରେ ଖଟରେ ପଡିରହି ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ସେ ତାଙ୍କ ଘରେ ରୋଜଗାରିଆ ବ୍ୟକ୍ତି ଥିଲେ । ସେ ଶଯ୍ୟାଶାୟୀ ହେବା ପରେ ତାଙ୍କ ପରିବାର ଏବେ ଭୋକଉପାସରେ । ପରିବାରରେ ତାଙ୍କ ସ୍ତ୍ରୀ ସହ ୩ଝିଅ ଓ ଗୋଟିଏ ପୁଅ ଅଛନ୍ତି । ରୁଗଣ ସ୍ୱାମୀ ଓ ପିଲାଙ୍କୁ ଖାଇବାକୁ ଦେବା ପାଇଁ ସ୍ତ୍ରୀ ବିଳାସିନୀ ବେହେରା ଏବେ ଦାଦନ ଖଟିବାକୁ ଭୁବନେଶ୍ୱରକୁ ଯାଇଛନ୍ତି । ସେଠାରେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର କଷ୍ଟମଷ୍ଟେ ଚଳେ । କିନ୍ତୁ ରୋଗୀଣା ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ମେଣ୍ଟାଇବାରେ ସେ ସକ୍ଷମ ହୋଇପାରୁନାହାନ୍ତି । ଏବେ କରୋନା ପରିସ୍ଥିତି ଯୋଗୁଁ ତାଙ୍କର ଭଲ ରୋଜଗାର ହୋଇପାରୁନାହିଁ । ତେଣୁ ତାଙ୍କ ପରିବାର ଏବେ ବେଳେ ଖାଇଲେ ବେଳେ ଉପାସରେ ରହୁଛନ୍ତି । ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =