ଜିଲ୍ଲାବାସୀ କଲେ ଆଶୁଆରୋଗ୍ୟ କାମନା
ବୌଦ୍ଧ,୧୬/୯- ବୌଦ୍ଧ ବିଧାୟକ ତଥା ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ତାଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଟୁଇଟ ଯୋଗେ ସୂଚନା ଦେବାସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଶ୍ରୀ ଅମାତ୍ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୌଦ୍ଧ ଗାନ୍ଧୀଛକ ସ୍ଥିତ ନିଜ ବାସଭବନରେ ହୋମ୍ ଆଇସୋଲେସନରେ ଥିଲେ । ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋଟୋକଲ୍ ଦ୍ରୁଷ୍ଟିରୁ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରସ୍ଥିତ ସମ କୋଭିଡ୍ ହସପିଟାଲକୁ ଆମ୍ବୁଲାନସ ଯୋଗେ ସ୍ଥାନାନ୍ତର କରାଯାଇଛି । ସେ ସୁସ୍ଥ ଥିବା ଜଣାପଡିଛି । ହୀରାଞ୍ଚଳ ପରିବାର ତରଫରୁ ସଂପାଦକ ଯୁଗଳ କିଶୋର ସାମଲ ଶ୍ରୀ ଅମାତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଆଜି ଏ ସମ୍ପର୍କରେ ଗଣମାଧ୍ୟମ ଗୁତିକରେ ପ୍ରସାରିତ ହେବାପରେ ଶ୍ରୀ ଅମାତ୍ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବୌଦ୍ଧ ଅଂଚଳରେ ପ୍ରଚାର ହୋଇଥିଲା । ତାଙ୍କର ଦଳୀୟ କର୍ମୀ, ଶୁଭେଚ୍ଛୁମାନେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।