କଣ୍ଟାବାଞ୍ଜି,୧୬/୯- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ଟିଭି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ସୂଚନା କ୍ରମେ ତୁରୀକେଲା ବ୍ଲକ ଝରାଣୀ ପଂଚାୟତ ରେ ପ୍ରବାସୀ ମାନକୁ 2000/ ଟଙ୍କା ନ ମିଳିଥିବା ଅଭିଯୋଗ ହେଇଥିଲା । ଖବର ସଂଗ୍ରହ ପାଇଁ ସାମ୍ବାଦିକ ପଂଚାୟତକୁ ଯାଇଥିଲେ । ଖବର ସଂଗ୍ରହ କରିବା ସମୟରେ ମହିଳା ସରପଞ୍ଚ ପ୍ରେମଲତା ମେହେର ଓ ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର କିଛି ସହଯୋଗୀ ସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସଂଗେ ଆକ୍ରମଣ କରିଥିଲେ । ଏପରିକି ତାଙ୍କ କ୍ୟାମେରା ଓ ବୁମ ମଧ୍ୟ ଭାଙ୍ଗି ଦେଇଥିଲେ । ବିପରୀତ ପରିସ୍ଥିତି ଦେଖି ପ୍ରାଣ ରକ୍ଷା ଭୟରେ ଅନ୍ୟ ଘରକୁ ଲୁଚି ଫୋନ ମାଧ୍ୟମରେ ସ୍ଥାନୀୟ ଥାନା ରେ ଜଣାଇଲେ । ପୋଲିସ ନିଜ ଟିମ ସହ ଘଟଣା ସ୍ଥଳକୁ ଯାଇ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ । ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ବିରୁଦ୍ଧରେ ରେ ତୁରୀକେଲା ଥାନାରେ ଏଫ. ଆଇ. ଆର ଦାୟର କରିଛନ୍ତି ସାମ୍ବାଦିକ ।
Sign in
Sign in
Recover your password.
A password will be e-mailed to you.
Next Post