ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

0 74

ପାରଳାଖେମୁଣ୍ଡି : କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକେତେ ଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌରାଞ୍ଚଳରେ ତିନି ଦିନିଆସେରୋସର୍ଭିଲେନ୍ସ ଆରମ୍ଭ ହୋଇଛି ।ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମକୁ ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ଆରଏମ୍‌ଆର୍‌ସି ତଥା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚାଲିଛି ।ଜଗଜଉ ତରଫରୁ ଅଭିଜ୍ଞ ବୈଜ୍ଞାନିକ ଓ ଡାକ୍ତର ଗବେଷକମାନଙ୍କୁ ନେଇ ୧୬ ଟି ଟିମ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି । ପୌରାଞ୍ଚଳରେ୧୬ଗୋଟି ୱାର୍ଡ଼କୁ ନେଇ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତିକ୍ଲଷ୍ଟରରେ ଅନନ୍ୟ ୫୦ ବ୍ୟକ୍ତିଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗର ଲେବୋରଟେରି,ଟେକ୍ନିସିଆନ,ଷ୍ଟାଫନର୍ସ, ଆଶା, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥୀ, ଗୋଷ୍ଠୀ ସଙ୍ଗଠିକା ସାମିଲ ହୋଇ ସହାୟତା କରୁଛନ୍ତି । ଜିଲ୍ଲାପାଳ ଅନୁପମ ସାହା ବିଭିନ୍ନ ୱାର୍ଡ଼ ପରିଦର୍ଶନ କରି କିଭଳି ସେରୋ ସର୍ଭିଲେନ୍ସ ଚାଲିଛି ବୁଲି ତଦାରଖ କରିଥିଲେ । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ବିଭିନ୍ନ ଜାଗାରେ ହେଉ ଥିବା ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ ରେ ଉପସ୍ଥିତ ତଦାରଖ କରିଥିଲେ ।ପ୍ରଥମ ଦିନରେ ଦଶ କ୍ଲଷ୍ଟରରୁ ୫ଶହ ରକ୍ତ ନମୂନା ସଂଗ୍ରହ କରାଯାଇ ଥିଲା । ପ୍ରଥମ ଦିନରେ ରେଲି ସାହି, ରାମ ନଗର, ତେଲିଶୁଣ୍ଢି ସାହି, ରାଜଗୁରୁ ସାହି, ରାଣୀ ପଦ୍ମାବତୀ କଲୋନୀ କଟିକିଆ ସାହି, ସେରି ସାହି, ଗଜେନ୍ଦ୍ର ସାହି ଆୟାଆପା ରୋଡ, କେଉଟ ସାହି ପ୍ରମୁଖ ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ ଚାଲିଥିଲା ।

hiranchal ad1
Leave A Reply

Your email address will not be published.

three × three =