ବୌଦ୍ଧ,୧୮/୯ – ଗତକାଲି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିତ୍ୟକ୍ତ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ଅରକ୍ଷିତ କାରିଗରଙ୍କ ପରିବାର ସମ୍ପର୍କରେ ‘ ହୀରାଞ୍ଚଳ ଲାଇଭ୍ ‘ରେ ଆଠ ବର୍ଷର ନାବାଳିକା ଉପରେ ପରିବାରର ବୋଝ ଶିରୋନାମାରେ ଏକ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଦୁଃସ୍ଥ ପରିବାର ନିକଟରେ ପହଂଚି ତଦନ୍ତ କରିଥିଲେ । ଅସହାୟ ପରିବାରକୁ ତିନିଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଉକ୍ତ ପରିବାର ଅନୁଗୁଳ ଜିଲ୍ଲା ଆଠମଲିକ ଅଂଚଳରୁ କାମଧନ୍ଦା ଅନ୍ୱେଷଣରେ ଆସି ରାଧାନଗର ଠାରେ ରହୁଥିବାରୁ ବ୍ଲକ୍ ପ୍ରଶାସନ ତରଫରୁ ଗାଡିକରି ତାଙ୍କ ଗ୍ରାମକୁ ପହଞ୍ଚାଇବା ବ୍ୟବସ୍ଥା କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣାପଡିଛି ।