ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଥିବା ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଶାଖାର ପରିଚାଳକଙ୍କ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଦାରିଙ୍ଗ ବାଡ଼ି ଶାଖାକୁ ଆଜି ଠାରୁ ୪୮ଘଣ୍ଟା ପାଇଁ ଶାଖାକୁ ବନ୍ଦ କରି ଦିଆଯାଇଛି। ଗତ କିଛିଦିନ ତଳୁ ଶାଖା ପରିଚାଳକ ଙ୍କ ଶରୀର ଅସୁସ୍ଥ ହେବା ସହିତ ଜ୍ୱର ଲାଗିରହିଥିଲା ଜ୍ୱର ରେ ପୀଡ଼ିତ ଥିବାରୁ ସେ ନିଜର ସ୍ବାବ୍ ଟେଷ୍ଟ କରିଥିଲେ। ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ଶୁକ୍ରବାର ମଧ୍ୟାହ୍ନରେ ଶାଖାକୁ ବନ୍ଦ କରିଦିଆଯିବା ସହ ସମସ୍ତ କର୍ମଚାରୀ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ ଏନେଇ ସ୍ଥାନୀୟ ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ନୀତିଶ କୁମାର ତ୍ରିପାଠୀଙ୍କୁ ଅବଗତ କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି l
ସୂଚନାପପ୍ରକାରେ ଗତ ଜୁଲାଇ ୧୭ତାରିଖରେ ମଧ୍ୟ ସେହି ସମୟର ଶାଖା ପରିଚାଳକଙ୍କ କରୋନା ରିପୋର୍ଟ ପଜିଟିଭ୍ ଜଣାପଡ଼ିବା ପରେ ଦୀର୍ଘଦିନ ଧରି ଶାଖା ବନ୍ଦ ରହିଥିଲା l ଯାହା ଫଳରେ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ବର୍ତ୍ତମାନ ପୁଣିଥରେ ସେହିଭଳି ଶାଖା ପରିଚାଳକଙ୍କକୋଭିଡ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଜଣାପଡ଼ିବା ପରେ ବ୍ୟାଙ୍କ କୁ ପ୍ରତିଦିନ ଆସୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି l
Sign in
Sign in
Recover your password.
A password will be e-mailed to you.
Next Post